ନିଜାମୁଦ୍ଦିନ୍‌କୁ ଆସିଥିବା ୪୦୦ ଜଣ କରୋନା ଆକ୍ରାନ୍ତ, ଆହୁରି ବଢିବ ସଂଖ୍ୟା

ନୂଆଦିଲ୍ଲୀ: ଦିଲ୍ଲୀ ନିଜାମୁଦ୍ଦିନ ମରକଜରେ ହୋଇଥିବା ତବଲିଗ ଜମାତକୁ ନେଇ ସାରା ଦେଶରେ ଚିନ୍ତା ବଢ଼ାଇଛି। ମରକଜକୁ ଆସିଥିବା ଲୋକଙ୍କ ମଧ୍ୟରୁ ସାରା ଦେଶରେ ୪୦୦ ଜଣଙ୍କଠାରେ ପଜିଟିଭ୍ ଆସିଛି। ଏହି ସଭାରେ ପ୍ରାୟ ୯ ହଜାର ଲୋକ ସଂଶ୍ଳିଷ୍ଟ ହୋଇଥିଲେ ବୋଲି କେନ୍ଦ୍ର ସରକାର କହିଛନ୍ତି।

ବିଭିନ୍ନ ରାଜ୍ୟରୁ ମିଳିଥିବା ସୂଚନା ଅନୁସାରେ ପ୍ରାୟ ୭ ହଜାର ୬୦୦ ଲୋକ ଏଥିରେ ସାମିଲ ହୋଇଥିବାବେଳେ ୧୩ ଶହ ବିଦେଶୀ ମଧ୍ୟ ଯୋଗ ଦେଇଥିଲେ। ଏତେ ବଡ଼ ସଂଖ୍ୟାର ଲୋକଙ୍କୁ ଖୋଜି ବାହାର କରିବା କରୋନା ମୁକାବିଲା ଲାଗି ବଡ଼ ଚ୍ୟାଲେଞ୍ଜ ହୋଇଛି। ଏହି ସଂଖ୍ୟା ଆହୁରି ବଢ଼ିବା ମଧ୍ୟ ଆଶଙ୍କା କରାଯାଉଛି।

ତବଲିଗ ଜମାତର ସମସ୍ତ ସଦସ୍ୟଙ୍କୁ ଠାବ କରାଯିବା ପରେ ଏନେଇ କଂକ୍ରିଟ ତଥ୍ୟ ମିଳିପାରିବ। ୨୩ଟି ରାଜ୍ୟ ଓ ୪ଟି କେନ୍ଦ୍ରଶାସିତ ଅଞ୍ଚଳ ନିଜ ଅଞ୍ଚଳର କେଉଁମାନେ ଏଥିରେ ଯୋଗ ଦେଇଥିଲେ, ସେମାନଙ୍କୁ ଠାବ କରିବାରେ ଲାଗିଛନ୍ତି ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛି।

ମରଜକକୁ ଆସିଥିବା ଲୋକଙ୍କ ମଧ୍ୟରୁ ଗତକାଲି ସୁଦ୍ଧା ୧୦୫୧ ଜଣଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ଏମାନଙ୍କ ମଧ୍ୟରୁ ୨୧ ଜଣଙ୍କଠାରେ ପଜିଟିଭ୍ ଆସିଛି। ମରଜକକୁ ଆସିଥିବା ଲୋକଙ୍କ ମଧ୍ୟରୁ ସାରା ଦେଶରେ ୪୦୦ ଜଣଙ୍କଠାରେ ପଜିଟିଭ୍ ଆସିଛି।

You might also like