ପୁଞ୍ଛ, ରାଜୌରୀରେ ନିର୍ମାଣ ହେବ ଅଧିକ ୪ଶହ ବଙ୍କର

ଜମ୍ମୁ: ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଫଳରେ ଏହାର ସିଧାସଳଖ ପ୍ରଭାବ ସୀମାବର୍ତ୍ତୀ ଗାଁ ଗୁଡ଼ିକ ଉପରେ ପଡ଼ୁଥିବା ଦେଖିବାକୁ ମିଳିଛି। ପାକିସ୍ତାନୀ ସେନାଙ୍କ ପ୍ରବଳ ଗୁଳିମାଡ଼ ଓ ମୋର୍ଟାର ମାଡ଼ରେ ଭାରତ-ପାକିସ୍ତାନ ସୀମାବର୍ତ୍ତୀ ପୁଞ୍ଛ ଓ ରାଜୌରୀ ଜିଲ୍ଲାର ଗାଁ ଗୁଡ଼ିକରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଗତ ୫ ଦିନ ଧରି ସୀମାନ୍ତରେ ସ୍ଥିତି ଅଧିକ ଉଦ୍‌ବେଗଜନକ ରହିଛି। ଫଳରେ ଏହାକୁ ଦୃଷ୍ଟିରେ ରଖି ଜମ୍ମୁ ଓ କଶ୍ମୀର ପ୍ରଶାସନ ଗ୍ରାମବାସୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛି। ପୁଞ୍ଛ ଓ ରାଜୌରୀ ଏହି ଦୁଇଟି ଜିଲ୍ଲାରେ ଜମ୍ମୁ ଓ କାଶ୍ମୀର ପ୍ରଶାସନ ପକ୍ଷରୁ ଅଧିକ ୪ଶହ ବଙ୍କର ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି।

୨ଶହ ବ୍ୟକ୍ତିଗତ ବଙ୍କର ନିର୍ମାଣକୁ ମଧ୍ୟ ପ୍ରଶାସନ ଅନୁମତି ପ୍ରଦାନ କରିଛି। ଏଥିସହ ବଙ୍କର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ପ୍ରଶାସନ ପକ୍ଷରୁ ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

You might also like