ଘରେ ରହି କରୋନାରୁ ସୁସ୍ଥ ହେଲେ ୪୦ ବର୍ଷିୟା ମହିଳା ଶ୍ୱାସ ରୋଗୀ

ମୁମ୍ବାଇ: କରୋନାରେ ସଂକ୍ରମିତ ହେବା ପରେ ଜଣେ ରୋଗୀ ଭୟଭୀତ ହୋଇପଡୁଛି । ଅନେକ ରୋଗୀ କରୋନାରେ ସଂକ୍ରମିତ ହେବା ମାତ୍ରକେ ଡାକ୍ତରଖାନା ଦୌଡୁଛନ୍ତି । ଏପରିକି ଆବଶ୍ୟକତା ନଥାଇ ବି ହସ୍ପିଟାଲରେ ରହୁଛନ୍ତି । ଫଳରେ ଗୁରୁତର ରୋଗୀଙ୍କ ପାଇଁ ହସ୍ପିଟାଲ ବେଡ୍ ଅଭାବ ପଡୁଛି । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ, ଜଣେ ୪୦ ବର୍ଷିୟା ମହିଳା ଶ୍ୱାସ ରୋଗରେ ପୀଡିତ ଥାଇ ମଧ୍ୟ ଘରେ ରହି କରୋନାରୁ ଆରୋଗ୍ୟ ହୋଇଛନ୍ତି । ପ୍ରତି ହଜାର ଜଣରେ ସେ ଏକମାତ୍ର ଯିଏ ଘରେ ରହି କୋଭିଡ୍‌ରୁ ମୁକ୍ତ ହୋଇଛନ୍ତି । ସେ କିପରି ପ୍ରତିକୂଳ ପରିସ୍ଥିତିକୁ ସାମନା କରି ଆରୋଗ୍ୟ ହୋଇଛନ୍ତି, ସେ ପର୍ମୂଲା ମଧ୍ୟ ଗଣମାଧ୍ୟମ ଆଗରେ କହିଛନ୍ତି ।

୪୦ ବର୍ଷିୟା ମହିଳା ସାଲେହା ମୁମ୍ବାଇରେ ଚାର୍ଟାଡ୍ ଆକାଉଣ୍ଟାଣ୍ଟ ଭାବେ କାମ କରୁଛନ୍ତି । ମୁମ୍ବାଇର ସେ ଣ୍ଟ୍ରାଲ ବେଲାସିସ ରୋଡରେ ପରିବାର ସହ ସେଠାରେ ରୁହନ୍ତି । ତାଙ୍କର ସ୍ୱାମୀ ଗତ ଏପ୍ରିଲରେ ଫ୍ଲାଇଟରେ ଯାଇଥିବାରୁ ସେ କୋଭିଡ୍ ଟେଷ୍ଟ କରାଇଥିଲେ । ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ଏହା ଶୁଣି ସେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇାଇଥିଲୋ କାହିଁକିନା ତାଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଦେଇନଥିଲା । କିନ୍ତୁ ସପ୍ତାହେ ପୂର୍ବରୁ ତାଙ୍କର ଜ୍ୱର ଓ ଥଣ୍ଡା ହୋଇଥିଲା । ସେତେବେଳେ ଜଣେ ଫ୍ୟାମିଲି ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ସେବନ କରିଥିଲେ ଓ ସୁସ୍ଥ ଅନୁଭବ କରିଥିଲେ । ସେହି ସମୟରେ ସାଲେହା ତୁରନ୍ତ କୋଭିଡ୍ ଟେଷ୍ଟ କରାଇବା ପରେ ତାଙ୍କର ମଧ୍ୟ ପଜିଟିଭ ରିପୋର୍ଟ ଆସିଥିଲା ।

Saleha with hubby Asim Khan after she recovered from the infection

ଏନେଇ ସେ କହିଛନ୍ତି ଯେ, ମୋ ସ୍ୱାମୀଙ୍କ ପଜିଟିଭ ରିପୋର୍ଟ ଆସିବାର କିଛି ଦିନ ପୂର୍ବରୁ ମୋତେ ଜ୍ୱର, କାଶ, ଥଣ୍ଡା ଓ ଶ୍ୱାସଗତ ସମସ୍ୟା ଦେଖାଦେଇଥିଲା । କିନ୍ତୁ ମୁଁ ଅବହେଳା ନକରି ପରିବାର ସମସ୍ତେ କୋଭିଡ୍ ଟେଷ୍ଟ କରାଇଥିଲୁ । କିନ୍ତୁ ରିପୋର୍ଟ ୨ ଦିନ ପରେ ଆସିବ ବୋଲି କୁହାଯାଇଥିଲା । ସେଥିପାଇଁ ମୁଁ ଫ୍ୟାମିଲି ଡାକ୍ତରଙ୍କ ସହ ପରାମର୍ଶ କରିଥିଲି । ମୋତେ ନିମୋନିଆ ହୋଇଥିବାରୁ ସିଟି ସ୍କାନ କରିବା ସହ ତୁରନ୍ତ ଆଡମିଟ୍ ହେବା ପାଇଁ ପରାମର୍ଶ ଦେଇଥିଲେ । ସେହି ସମୟରେ ମୋର କୋଭିଡ୍ ରିପୋର୍ଟ ପଜିଟିଭ ଆସିଥିଲ।। ଏପ୍ରିଲ ୨୧ ସିଟି ସ୍କାନ ରିପୋର୍ଟ ଆସିବା ପରେ ୧୦ରୁ ୧୫ ପ୍ରତିଶତ ଫୁସଫୁସ୍ ପ୍ରଭାବିତ ହୋଇଥିବା ଜଣାପଡିଥିଲ।। ମୁଁ ଟିକିଏ ବିଚଳିତ ହୋଇପଡିଥିଲି । ଘରେ ରହି ଉପଯୁକ୍ତ ଚିକିତ୍ସା କଲେ ସବୁ କିଛି ଠିକ୍ ହୋଇଯିବ ବୋଲି ଡାକ୍ତର ମୋତେ ଆଶ୍ୱାସନା ଦେଇଥିଲେ ।

The Mumbai Central resident with Dr Wiqar Shaikh who has been treating her asthma for the past three years

ସେ କହିଛନ୍ତି, ମୋର ପିଲାଦିନ ଆଜମା ତଥା ଶ୍ୱାସଗତ ସମସ୍ୟା ରହିଛି । କୋଭିଡ୍ ସହ ସଂଗ୍ରାମ କରିବା ମୋ ପାଇଁ ସହଜ ନଥିଲା । ମୋର ବହୁତ କାଶ, କଫ ଓ ଶ୍ୱାସଗତ ସମସ୍ୟା ଦେଖାଦେଇଥିଲା । ମୋ ଅକ୍ସିଜେନର ଲେବଲ ୯୩ରୁ ୯୪ ଥିଲା । କିନ୍ତୁ ମୁଁ ଘରେ ରହି ଚିକିତ୍ସିତ ହେବି ବୋଲି ନିଷ୍ପତ୍ତି ନେଲି । କାହିଁକିନା ହସ୍ପିଟାଲ ସ୍ଥିତି ବହୁତ ଖରାପ ଥିଲା । ମୋ ଜେଜେମା ଓ ସ୍ୱାମୀ ବହୁତ ସପୋର୍ଟ ଦେଇଥିଲେ ।

ସେ କହିଛନ୍ତି ଯେ, କରୋନାରେ ଆକ୍ରାନ୍ତ ହେଲେ ଭୟଭୀତ ଓ ଚିନ୍ତାଗ୍ରସ୍ତ ହେବା ଉଚିତ୍ ନୁହେଁ । ଏହାଦ୍ୱାରା ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିଯାଏ । ଯେତେବେଳେ ମୁଁ ଦେଶର ସ୍ଥିତି ମୁଁ ନ୍ୟୁଜ ମାଧ୍ୟମରେ ଦେଖେ ମୁଁ ଚିନ୍ତାରେ ପଡିଯାଏ । ଯଦି ଅକ୍ସିଜେନ୍ ନପାଇ ମୋର କିଛି ହୋଇଯାଏ, ମୋ ପିଲାମାନଙ୍କ ଭବିଷ୍ୟତ କିଏ ବୁଝିବ । ମୋ ବାପା ମା ଓ ପରିବାର ଏସବୁରୁ ବିରତ ରହିବା ପାଇଁ କହିବା ସହ ସବୁ ସମୟରେ ସପୋର୍ଟ କରିଥିଲେ । ସୋସିଆଲ ମିଡିଆରେ ଆସୁଥିବା ଚିନ୍ତା କରିବା ପରି ଭିଡିଓକୁ କେବେବି ଦେଖିବା କଥା ନୁହେଁ ବୋଲି ସାଲେହା କହିଛନ୍ତି ।

ପ୍ରକାଶଥାଉକି, କରୋନା ହେବା ମାତ୍ରେ ହସ୍ପିଟାଲ ନଆସିବାକୁ ଗତକାଲି ଏସିଏସ୍ ନିବେଦନ କରିଥିଲେ । ଏମାନେ ହୋମ୍ ଆଇସୋଲେସନ୍ ରହି ଚିକିତ୍ସିତ ହେବାକୁ କହିଥିଲୋ ଏହାଦ୍ୱାରା ଗୁରୁତର ତଥା ଏକାଧିକ ରୋଗରେ ପୀଡିତ ଥିବା ରୋଗୀ ହସ୍ପିଟାଲରେ ଆସି ସମସ୍ତ ସୁବିଧା ପାଇପାରିବୋ ଏଭଳି କ୍ଷେତ୍ରରେ ସାଲେହା ନିଶ୍ଚିତ ଅନ୍ୟମାନଙ୍କ ପାଇଁ ଉଦାହରଣ ।

You might also like