ଆଗ୍ରା: ରଖେ ହରି ତ ମାରେ କିଏ। ଏ ଉକ୍ତିର ସତ୍ୟତା ପୁଣି ପ୍ରତିପାଦିତ ହୋଇଛି ଉତ୍ତର ପ୍ରଦେଶ ଆଗ୍ରାରେ। ଆଗ୍ରା ନିକଟ ଦରିୟାଇ ଗାଁରେ ଖୋଲା ପଡ଼ିଥିବା ଏକ ୧୦୦ ଫୁଟ ଗଭୀର ବୋରେଓ୍ୱଲ ଭିତରୁ ସୁରକ୍ଷିତ ଉଦ୍ଧାର ହୋଇଛି। ୪ ବର୍ଷର ଶିଶୁ ଘର ନିକଟରେ ଖୋଲା ପଡ଼ିଥିବା ଏକ ବୋରେଓ୍ୱଲ ନିକଟରେ ଶିଶୁଟି ଖେଳୁଥିବା ବେଳେ ହଠାତ ଏହା ଭିତରକୁ ଖସି ପଡ଼ିଥିଲା। ଏହା ପରେ ସ୍ଥାନୀୟ ପୋଲିସକୁ ଖବର ମିଳିବା ପରେ ଘଟଣାସ୍ଥଳରେ ପୋଲିସ, ସେନା, ଏନଡିଆରଏଫ୍ ଓ ପାରା ମିଲିଟାରୀ ଟ୍ରୁପ୍ ପହଞ୍ଚି ମିଳିତ ଅପରେସନ ଆରମ୍ଭ କରିଥିଲେ।

୪ରୁ ୬ ଘଣ୍ଟା ଧରି ଚାଲିଥିଲା ଅପରେସନ୍। ବୋରେୱେଲ ମିଳିତ ରେସ୍କ୍ୟୁ ଟିମ୍ ପ୍ରଥମେ ବୋରେଓ୍ୱଲ ଭିତରକୁ ଅକ୍ସିଜେନ୍ ନଳୀ ଛାଡ଼ିବା ସହ ଶିଶୁଟି ସୁସ୍ଥ ଥିବା ସୂଚନା ଦେଇଥିଲେ। ଏପଟେ ଶିଶୁଟି ସୁରକ୍ଷିତ ଭାବେ ଉଦ୍ଧାର ହୋଇପାରିବ କି ନାହିଁ, ତାର ଅବସ୍ଥା କିଭଳି ଅଛି। ତାକୁ ନେଇ ଲୋକଙ୍କ ଭିତରେ ଆଶା ଆଶଙ୍କା ବଢ଼ିଯାଇଥିଲା। ତେବେ ସବୁ କଳ୍ପନା ଜଳ୍ପନାରେ ପରିସମାପ୍ତି ଟାଣି ଆଧୁନିକ ଜ୍ଞାନ କୌଶଳ ଲଗାଇ ମିଳିତ ରେସ୍କ୍ୟୁ ଟିମ୍ ଏହି ସଂକୀର୍ଣ୍ଣ ଗାତ ଭିତରୁ ଶିଶୁଟିକୁ ସୁରକ୍ଷିତ ଉଦ୍ଧାର କରିଥିଲା।

Other Stories