ଗଳାରେ ବେଲୁନ ଅଟକିଯିବାରୁ ୪ ବର୍ଷର ଶିଶୁ ମୃତ
ମୁମ୍ବାଇ: ବେଲୁନ ଗିଳିଦେବାରୁ ୪ ବର୍ଷ ଶିଶୁର ମୃତ୍ୟୁ ହୋଇଛି। ମୁମ୍ବାଇର ଅନ୍ଧେରୀରେ ଏଭଳି ଅଘଟଣ ଘଟିଛି। ମୃତ ଶିଶୁର ନା ଦେବାରାଜ। ଦେବରାଜ ଭଉଣୀ ସହିତ ଖେଳୁଥିବା ବେଳେ ବେଲୁନ୍ ଗିଳିଦେଇଥିଲା। ବେଲୁନ୍ଟି ଗଳାରେ ଅଟକିଯିବାରୁ ଶିଶୁଟିର ମୃତ୍ୟୁ ହୋଇଛି।
ଖବର ଅନୁସାରେ, ଭାଇଭାଉଣୀ ବେଲୁନ ଫୁଙ୍କି ଖେଳୁଥିଲେ। ୪ ବର୍ଷୀୟ ଶିଶୁ ଦେବରାଜ ଶୋଇପଡ଼ିବା ବେଳେ ବଠାତ୍ ବେଲୁନଟି ତାଙ୍କ ପାଟିରେ ପଶିଯାଇଥିଲା। ବେଲୁନ୍ଟି ଗଳା ଭିତରକୁ ପଶିଯିବାରୁ ପରିବାର ଲୋକେ ବେଲୁନ୍ କାଢ଼ିପାରି ନଥିଲେ। ଏହାପରେ ପିଲାକୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ପରେ ସେମାନଙ୍କୁ ଅନ୍ୟ ଏକ ମେଡିକାଲ୍କୁ ଯିବାକୁ କୁହାଯାଇଥିଲା। ମୁମ୍ବାଇର ନାନାବତୀ ହସ୍ପିଟାଲକୁ ସ୍ଥାନାନ୍ତର ହେବା ରାସ୍ତାରେ ହିଁ ପିଲାଟି ଚେତା ହରାଇଥିଲା। ଏହାପରେ ନାନାବତୀ ହସ୍ପିଟାଲରେ ପହଞ୍ଚିବା ପରେ ଶିଶୁକୁ ମୃତ ଘୋଷଣା କରିଥିଲେ ଡାକ୍ତର।
ଅନ୍ୟ ଏକ ରିପୋର୍ଟ ଅନୁସାରେ କୁପର ହସ୍ପିଟାଲରେ ଶିଶୁର ଶବବ୍ୟବଚ୍ଛେଦ କରାଯାଇ ଗଳାରୁ ବେଲୁନ୍ ବାହାର କରାଯାଇଛି। ଏହି ଘଟଣାରେ ଅନ୍ଧେରୀ ପୋଲିସ ଦୁର୍ଘଟଣା ଜନିତ ମୃତ୍ୟୁ ଆଧାରରେ ମାମଲା ରୁଜୁ କରିଛି। ମୃତ ଶିଶୁ ଦେବରାଜ ଏୟାରପୋର୍ଟ ନିକଟରେ ଏକ ପାନ ଦୋକାନ ଚଳାନ୍ତି ବୋଲି ସୂଚନା ମିଳିଛି।