ଏନକାଉଣ୍ଟରରେ ଆଉ ୪ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଏନକାଉଣ୍ଟରରେ ୪ ଆତଙ୍କବାଦୀ ମୃତ। ଜାମ୍ମୁ ଓ କାଶ୍ମୀର ସୋପିଆନ ଜିଲ୍ଲା ପିନଜୋରା ଅଞ୍ଚଳରେ ଏନକାଉଣ୍ଟର ହୋଇଛି। ସୁରକ୍ଷା କର୍ମୀଙ୍କ ଗୁଳିରେ ହିଜାବୁଲ୍ ମୁଜାହିଦ୍ଦିନର ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ପୋଲିସ ଓ ସୁରକ୍ଷା କର୍ମୀଙ୍କ ପକ୍ଷରୁ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

ପିନଜୋରା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷା କର୍ମୀ। ପରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ଏଥିରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି।

ସୋପିଆନ ଜିଲ୍ଲାରେ ୨୪ ଘଣ୍ଟାରେ ଏହା ଦ୍ୱିତୀୟ ଏନକାଉଣ୍ଟର ଅଟେ। ଗତକାଲି ରେବାନ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ହିଜାବୁଲ୍ ମୁଜାହିଦ୍ଦିନର ୫ ଆତଙ୍କବାଦୀ ନିହତ ହୋଇଥିଲେ।

You might also like