କୁର୍ଣ୍ଣୁଲ ବିସ୍ପୋରଣରେ ଅାଉ ଜଣେ ଓଡ଼ିଆଙ୍କ ମୃତ୍ୟୁ

ଓଡ଼ିଆଙ୍କ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

କୁର୍ଣ୍ଣୁଲ  : ଅାନ୍ଧ୍ର କୁର୍ଣ୍ଣୁଲ ବିସ୍ପୋରଣରେ ଅାଉ ଜଣେ ଓଡ଼ିଆଙ୍କ ମୃତ୍ୟୁ। ଚିକିତ୍ସାଧିନ ଅବସ୍ଥାରେ ରମ୍ଭା ଡିଆଁଡେଇଁ ଅଞ୍ଚଳର ଶ୍ରମିକ ରାଜେନ୍ଦ୍ର ନାହାକଙ୍କ  ଅାଜି ମୃତ୍ୟୁ ଘଟିଛି। ରମେଶଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ିଯାଇଥିଲା। ସୋମବାର ତାଙ୍କ ଶରୀରର ପୋଡ଼ିଯାଇଥିବା ବେକ, ପିଠି, ଛାତ ଅାଦି ଜାଗାରେ ପ୍ଲାଷ୍ଟିକ୍‌ ସର୍ଜରୀ କରାଯାଇଥିଲା।

ତେବେ ଅସହ୍ୟ ଯନ୍ତ୍ରଣା ଯୋଗୁଁ ଅାଜି ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପୁଅ ସୂଚନା ଦେଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ କୁର୍ଣ୍ଣୁଲ ଘଟଣାରେ ମୃତ୍ୟୁସଂଖ୍ୟା ୧୬ରେ ପହଞ୍ଚିଛି। ଓଡ଼ିଶାର ମୋଟ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ବି ଗୁରୁତର ଥିବା ଅନ୍ୟ ୨ ଓଡ଼ିଆଙ୍କ ରାମଚନ୍ଦ୍ର ନାହାକ ଏବଂ ପାଣ୍ଡବ ଲେଙ୍କାଙ୍କ କୁର୍ଣ୍ଣୁଲରେ ଏକ ମେଡିକାଲରେ ଚିକିତ୍ସା ଚାଲିଛି।

ସୋମବାର ବିଳମ୍ବିତ ରାତିରେ ପୂର୍ବରୁ ମୃତ୍ୟୁ ହୋଇଥିବା ଅନ୍ୟ ୩ ଶ୍ରମିକଙ୍କ ମୃତଦେହ ସେମାନଙ୍କ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସମସ୍ତ ୩ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ବିସ୍ଫୋରଣ ଘଟଣାରେ ଏବେବି ଅନେକ ନିଖୋଜ ଥିବା କୁହାଯାଉଛି। ଘଟଣାରେ ଖଣି ମାଲିକ ଶ୍ରୀନିବାସ ଚୌଧୁରୀଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ରୁଜୁ ହୋଇଛି। ଖଣି ମାଲିକ ଶ୍ରୀନିବାସ ଜଣେ ଟିଡିପି ନେତା ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ସୁଶାନ୍ତ ସିଂ ମୃତ୍ୟୁ ମାମଲା; ’ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡ଼ି ତଦନ୍ତ ଡ୍ରଗ୍ସ ଆଡ଼କୁ ମୁହାଁଉଛି କାହିଁକି ?’

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

You might also like