କଂଗ୍ରେସ୍‌ରୁ ଯାଇ ବିଜେପିରେ ମିଶିଥିଲେ; ମିଳିଲା ମନ୍ତ୍ରୀପଦ

ପାଣାଜୀ: ଗୋଆରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ୍ ହୋଇଥିବା ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିଛି। ଆଜି ଗୋଆ ମନ୍ତ୍ରିମଣ୍ଡଳରେ ଅଦଳବଦଲ ହୋଇ ୪ ଜଣ ମନ୍ତ୍ରୀ ଶପଥଗ୍ରହଣ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସରୁ ଆସିଥିବା ୩ ଜଣ ବିଧାୟକ। ପୂର୍ବତନ ବିରୋଧେ ଦଳ ନେତା ଚନ୍ଦ୍ରକାନ୍ତ କାଭେଲକରଙ୍କୁ ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି।

ମନ୍ତ୍ରୀ ଭାବେ ଶପଥ ନେଇଥିବା ଅନ୍ୟ ୨ ବିଧାୟକ ହେଉଛନ୍ତି ଜେନିଫର ମନସରେଟ,  ଏବଂ ଫିଲିପ  ରଡ୍ରିଗ୍ୟୁଜ୍। ପୂର୍ବରୁ କ୍ଷମତାସୀନ ବିଜେପିର ସହଯୋଗୀ ଗୋଆ ଫରୱାର୍ଡ ପାର୍ଟିର ତିନି ବିଧାୟକ  ଓ ଜଣେ ସ୍ୱାଧୀନ ବିଧାୟକଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ଥିବା ବିଜୟ ସରଦେଶାଇଙ୍କୁ ମଧ୍ୟ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଦୁଇ ଦିନ ତଳେ କଂଗ୍ରେସର ୧୫ ବିଧାୟକଙ୍କ ମଧ୍ୟରୁ ୧୦ଜଣ ବିଜେପିରେ ସାମିଲ ହୋଇଥିଲେ।

You might also like