ଏନ୍‌କାଉଣ୍ଟରରେ ୪ ନକ୍ସଲ ନିହତ

ପାରଧୋନି: ଏନ୍‌କାଉଣ୍ଟରରେ ୪ ନକ୍ସଲ ନିହତ ହୋଇଛନ୍ତି। ଛତିଶଗଡ଼ ମାନପୁର ଥାନା ଅନ୍ତର୍ଗତ ପାରଧୋନି ଗାଁ ନିକଟରେ ଆଜି ସକାଳେ ଏହି ଏନ୍‌କାଉଣ୍ଟର ହୋଇଛି।

ଘଟଣାସ୍ଥଳରୁ ପୁଲିସ୍‌ ଗୋଟିଏ AK-47 ରାଇଫଲ ଓ କିଛି ମାରଣାସ୍ତ୍ର ଜବତ କରିଛି।

ନକ୍ସଲମାନେ ଲୁଚିଥିବା ଖବର ପାଇ ଛତିଶଗଗଡ଼ ପୁଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ଏହାପରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୪ ନକ୍ସଲ ନିହତ ହୋଇଛନ୍ତି। ତେବେ ଗୁଳି ବିନିମୟ ବେଳେ ଛତିଶଗଡ଼ ପୁଲିସ୍‌ର ଜଣେ ଏସ୍‌ଆଇ ସହିଦ ହୋଇଛନ୍ତି।

You might also like