ମହାମାରୀ କରୋନାକୁ ମାତ୍‌ ଦେଇ ସୁସ୍ଥ ହୋଇ ଘରକୁ ଫେରିଲେ ୪ ମାସର ଶିଶୁ

ବିଶାଖାପାଟନମ୍‌: ମହାମାରୀ କରୋନାକୁ ମାତ୍‌ ଦେଇ ସୁସ୍ଥ ହେଲା ୪ ମାସର ଶିଶୁ। ଆନ୍ଧ୍ର ପ୍ରଦେଶର ଭାଇଜାଗ୍ ହସ୍ପିଟାଲ୍‌ରେ ୧୮ ଦିନ ଭେଣ୍ଟିଲେଟରରେ ରହିବା ପରେ ଶିଶୁଟି ସୁସ୍ଥ ହୋଇଛି। ଚିକିତ୍ସା ପରେ କରୋନା ଟେଷ୍ଟ୍‌ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଶିଶୁଟିକୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି।

ପୂର୍ବ ଗୋଦାବରୀ ଜିଲ୍ଲାର ଜଣେ ଆଦିବାସୀ ମହିଳାଙ୍କ କରୋନା ପଜିଟିଭ୍ ଆସିବା ପରେ ତାଙ୍କର ୪ ମାସର ଶିଶୁ କନ୍ୟା ମଧ୍ୟ ସଂକ୍ରମିତ ଥିବା ଜଣାପଡ଼ିଥିଲା। ମେ’ ୨୫ରେ ବିଶାଖାପାଟନମ୍  VIMS ହସ୍ପିଟାଲକୁ ଶିଶୁକୁ ସ୍ଥାନାନ୍ତର କରି ଚିକିତ୍ସା କରାଯାଉଥିଲା। ତାଙ୍କୁ ୧୮ଦିନ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ଚିକିତ୍ସା ପରେ କରୋନା ଟେଷ୍ଟ୍‌ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଶିଶୁଟିକୁ ଶୁକ୍ରବାର ସନ୍ଧ୍ୟାରେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି।

ସୂଚନାଥାଉ କି, ଶୁକ୍ରବାର ବିଶାଖାପାଟନମ୍‌ରୁ ଆଉ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

You might also like