ଏନ୍‌କାଉଣ୍ଟର୍‌ରେ ୪ ମାଓବାଦୀ ନିହତ

ରାଇପୁର: ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି। ଛତିଶଗଡ଼ ସୁକ୍‌ମାର ଜାଗରମୁଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ଶିବିର ଚାଲିଥିବା ନେଇ ସୁରକ୍ଷା କର୍ମୀଙ୍କୁ ଖବର ମିଳିଥିଲା।

ଏହାପରେ କୋବ୍ରା ଓ DRG ଯବାନଙ୍କ ପକ୍ଷରୁ ମିଳିତ ଭାବରେ ଜାଗରମୁଣ୍ଡା ଜଙ୍ଗଲରେ ଚଢ଼ଉ କରାଯାଇଥିଲା। ଘଟଣାସ୍ଥଳରୁ ୪ଟି ବନ୍ଧୁକ ଜବତ କରାଯାଇଛି। ସର୍ଚ୍ଚ ଅପରେସନ ଏବେ ଜାରି ରହିଥିବା ସୂଚନା ମିଳିଛି।

You might also like