ମିଶନ୍‌ ଗଗନଯାନ ପାଇଁ ୪ ମହାକାଶଚାରୀଙ୍କ ପ୍ରଶିକ୍ଷଣ ପୁଣି ଆରମ୍ଭ

ନୂଆଦିଲ୍ଲୀ: ଭାରତର ମିଶନ୍ ଗଗନଯାନକୁ ବଳ ଦେବାକୁ ରୁଷରେ ପୁଣି ଆରମ୍ଭ ହେଲା ମିଶନ ଗଗନଯାନ। ଏହି ମିଶନରେ ଯିବାକୁ ଥିବା ୪ ଭାବି ମହାକାଶଚାରୀଙ୍କ ପ୍ରଶିକ୍ଷଣ ଆରମ୍ଭ ହୋଇଯାଇଛି। ମେ ୧୨ରୁ ଭାରତୀୟ ବାୟୁସେନାର ଏହି ୪ ଫାଇଟର୍ ପାଇଲଟ୍ ମସ୍କୋ ସ୍ଥିତ ଗାଗାରିନ୍ ରିସର୍ଚ୍ଚ ଆଣ୍ଡ୍ ଟେଷ୍ଟ୍ କସ୍ମୋନଟ୍ ଟ୍ରେନିଂ ସେଣ୍ଟରରେ ପ୍ରଶିକ୍ଷଣ ଆରମ୍ଭ କରିଛନ୍ତି।

ଚଳିତବର୍ଷ ଫେବୃଆରୀ ୧୦ରେ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ କରୋନା ମହାମାରୀ ଯୋଗୁଁ ମାର୍ଚ୍ଚ ଶେଷ ସପ୍ତାହ ଠାରୁ ବନ୍ଦ ରହିଥିଲା। ତେବେ ଏହା ପୁଣି ଆରମ୍ଭ ହୋଇଥିବା ଋଷ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଟ୍ୱିଟ୍ କରାଯାଇଛି।

ଏଥିରେ ଜଣେ ପ୍ରଶିକ୍ଷାର୍ଥୀ ତ୍ରିରଙ୍ଗା ଲାଗିଥିବା ଏକ ସ୍ପେଶ୍ ସୁଟ୍ ପିନ୍ଧିଥିବା ଦେଖିବାକୁ ମିଳୁଛି। ଏହି ଭାରତୀୟ ପ୍ରଶିକ୍ଷାର୍ଥୀମାନେ ଏବେ ମହାକାଶରେ ଯାତ୍ରା, ମହାକାଶଯାନ ନିୟନ୍ତ୍ରଣ ଓ ଋଷୀୟ ଭାଷା ଶିଖୁଛନ୍ତି।  ଭାରତର ବହୁ ପ୍ରତିକ୍ଷୀତ ପ୍ରଥମ ମାନବଚାଳିତ ମହାକାଶ ଅଭିଯାନ ଗଗନଯାନ ୨୦୨୨ରେ ହେବାକୁ ଥିବା ଇସ୍ରୋ ଲକ୍ଷ୍ୟ ରଖିଛି। ଏଥିପାଇଁ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।

You might also like