ଉତ୍ତରାଖଣ୍ଡରେ ଭୂସ୍ଖଳନ, ୪ ମୃତ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ବୁଡ଼ା କେଦାର ଅଞ୍ଚଳରେ ବଡଧରଣର ଭୂସ୍ଖଳନ ଘଟି ୪ଜଣଙ୍କ ମୃତ୍ୟୁ ହୋଇଛି। ଭୂସସ୍ଖଳନରେ ଏକାଧିକ ଘର ଭୁଶୁଡ଼ିପଡ଼ିଛି।  ଆହୁରି କିଛି ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ଫସିରହିଥିବା ସନ୍ଦେହ କରାଯାଉଛି। ଜଣକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଷ୍ଟେଟ୍‌ ଡିଜାଷ୍ଟର ରେସପନ୍ସ ଫୋର୍ସ ବା SDRF ଏବଂ ସ୍ଥାନୀୟ ଅଗ୍ନିଶମ ବାହିନୀ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିଛି ଦିନ ତଳେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇ ମଧ୍ୟ ଧନଜୀବନ ନଷ୍ଟ ହେବାର ନଜିର ଥିଲା।

You might also like