ଶ୍ରୀଲଙ୍କାରୁ ଫେରିଲା ୪ ଭାରତୀୟଙ୍କ ମରଶରୀର

ବେଙ୍ଗାଲୁରୁ: ଶ୍ରୀଲଙ୍କାରେ ଘଟିଥିବା ଭୟାନକ ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଭାରତୀୟଙ୍କ ମଧ୍ୟରୁ ଆଜି ଭୋର୍‌ରେ ୪ ଜଣଙ୍କ ମରଶରୀର ଭାରତ ଫେରିଛି।

ସୂଚନା ଅନୁସାରେ ବେଙ୍ଗାଲୁରୁ ବିମାନ ବନ୍ଦରରେ ଆସି ମର ଶରୀର ପହଞ୍ଚିଥିଲା। ମୃତକମାନେ କର୍ଣ୍ଣାଟକର ଜେଡିଏସ ଦଳର କର୍ମୀ ହୋଇଥିବା ବେଳେ ସେମାନଙ୍କ ପରିବାର ବର୍ଗ ଏବଂ ବହୁ ଜେଡିଏସ କର୍ମକର୍ତ୍ତା ସେଠାରେ ପହଞ୍ଚିଥିଲେ।

କର୍ଣ୍ଣାଟକ ଗୃହମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ଥିବା ବେଳେ ମୃତକଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଏହା ପରେ ମୃତଦେହଗୁଡିକୁ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ମୃତକଙ୍କ ଅନ୍ତିମ ସଂସ୍କାର ବ୍ୟବସ୍ଥା କରାଯାଇଛି।

You might also like