ଆମେରିକାରେ ପ୍ରଦର୍ଶନ ହେବ ଶ୍ରୀରାମଙ୍କ ଫଟୋ ଓ ଭବ୍ୟ ମନ୍ଦିରର ଥ୍ରୀ-ଡି ଚିତ୍ର

ନୂଆଦିଲ୍ଲୀ: ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜା ବେଳେ ଆମେରିକାର ନ୍ୟୁୟର୍କ ଟାଇମସ ସ୍କୋୟାରରେ ଭଗବାନ ରାମଙ୍କ ଫଟୋ ଓ ଭବ୍ୟ ମନ୍ଦିରର ଥ୍ରୀ-ଡି ଚିତ୍ର ପ୍ରଦର୍ଶନ ହେବ। ଏହି ଐତିହାସିକ ଘଟଣାକୁ ସାରା ବିଶ୍ୱରେ ପହଞ୍ଚାଇବା ଲାଗି ପ୍ରୟାସ କରାଯାଇଛି। ପ୍ରବାସୀ ଭାରତୀୟ ତଥା ଭାରତ ଆମେରିକ ନାଗରିକ ବ୍ୟାପାର କମିଟିର ସଭାପତି ଜଗଦୀଶ ସେହ୍ୱାନୀ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି।

ଏଥିପାଇଁ ଟାଇମସ ସ୍କୋୟାରରେ ଲାଗିଥିବା ବିଲବୋର୍ଡ ଓ୧୭ ହଜାର ସ୍କୋୟାର ଫୁଟ୍ ଉଚ୍ଚର ଏଲ୍ଇଡି ସ୍କ୍ରିନକୁ ଭଡ଼ାରେ ନିଆଯାଇଛି। ଅଗଷ୍ଟ ୫ ସକାଳ ୮ଟାରୁ ରାତି ୧୦ଟା ଯାଏ ଟାଇମସ ସ୍କୋୟାରରେ ଭଗବାନ ରାମଙ୍କ ଛବି ପ୍ରଦର୍ଶିତ ହେବ। ଏହାସହ ପ୍ରବାସୀ ଭାରତୀୟମାନେ ଏକାଠି ହୋଇ ଏହି ଐତିହାସିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଖୁସି ମନାଇବେ। ଏହସହ ମିଠା ମଧ୍ୟ ବଣ୍ଟାଯିବବୋଲି ସେହ୍ୱାନୀ କହିଛନ୍ତି।

You might also like