ଟ୍ରକ୍‌ ଡାଲାରୁ ବାହାରିଲା ୩୯ ଶବ; ପୁଲିସ ଆଶ୍ଚର୍ଯ୍ୟ

ଲଣ୍ଡନ: ବ୍ରିଟିଶ ପୁଲିସ୍‌ ପୂର୍ବ ଲଣ୍ଡନର ଶିଳ୍ପାଞ୍ଚଳରେ ଥିବା ଏକ ଟ୍ରକ୍‌ ଡାଲାରୁ ୩୯ଟି ମୃତଦେହ ଠାବ କରିଛି। ଟ୍ରକ୍‌ଟି ଏତେ ଗୁଡ଼ିକ ଶବ ଧରି ବୁଲଗେରିଆରୁ ଆସିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେହିପରି ଟ୍ରକଟି ୱାଲେସରେ ଥିବା ହୋଲିହେଡ୍‌ ଅଞ୍ଚଳ ଦେଇ ବ୍ରିଟେନରେ ପ୍ରବେଶ କରିଥାଆନ୍ତା।

ଏହି ଘଟଣାରେ ନର୍ଥନ ଆୟର୍ଲ୍ୟାଣ୍ଡର ୨୫ ବର୍ଷୀୟ ଟ୍ରକ୍‌ ଡ୍ରାଇଭରଙ୍କୁ ପୁଲିସ୍‌ ଗିରଫ କରିଛି। ତାଙ୍କ ବିରୋଧରେ ଏତେ ଲୋକଙ୍କୁ ହତ୍ୟା କରିଥିବା ମାମଲା ମଧ୍ୟ ରୁଜୁ ହୋଇଛି। ପୁଲିସ୍‌ ବର୍ତ୍ତମାନ ମୃତକଙ୍କ ପରିଚୟ ଖୋଜିବା ଆରମ୍ଭ କରିଛି।

ହେଲେ ଏତେ ଲୋକଙ୍କ ପରିଚୟ ଖୋଜିବା ପାଇଁ ବହୁତ ସମୟ ଲାଗିବ ବୋଲି ପୁଲିସ୍‌ ମୁଖ୍ୟ କହିଛନ୍ତି। ସେ କହିଛନ୍ତି, ଟ୍ରକ୍‌ ଡାଲାରେ ଏତେ ସଂଖ୍ୟକ ମୃତଦେହ ଠାବ ହେବା ପ୍ରମଥ ଘଟଣା। ଟ୍ରକ୍‌ଟି ଗ୍ରେୟସଠାରେ ଥିବା ୱାଟରଗ୍ଲାଡେ ଶିଳ୍ପାଞ୍ଚଳ ପାର୍କ ନିକଟରେ ଯାଉଥିବା ବେଳେ ଏହାକୁ ପୁଲିସ୍‌ ପକ୍ଷରୁ ଅଟକା ଯାଇଥିଲେ।

ଛାନଭିନ୍‌ ବେଳେ ଟ୍ରକ୍ ଡାଲାରେ ଏତେ ସଂଖ୍ୟକ ମୃତଦେହ ଥିବା ଜଣାପଡ଼ିଥିଲା। ୩୯ ଜଣଙ୍କ ମଧ୍ୟରୁ ୩୮ ଜଣ ପ୍ରାପ୍ତ ବୟସ୍କ ହୋଇଥିବା ବେଳେ ଜଣେ ଟିନ୍‌ ଏଜର ଅଛନ୍ତି। ଆମେ ଏବେ ଏହି ଘଟଣାର ବିସ୍ତୃତ ତଦନ୍ତ କରୁଛୁ ବୋଲି ସେ କହିଛନ୍ତି।

You might also like