ଘରୁ କାମ କରିବେ କେନ୍ଦ୍ର ସରକାରଙ୍କ କର୍ମଚାରୀ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। କର୍ମଚାରୀଙ୍କୁ ନିଜ ଘରେ କାମ କରିବା ସହିତ ପାଳି କରି ଅଫିସ ଆସିବାକୁ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି।କେନ୍ଦ୍ର ସରକାରଙ୍କ ଅଧିନରେ ନିୟୋଜିତ କର୍ମଚାରୀଙ୍କ ମଧ୍ୟରୁ ୫୦ ପ୍ରତିଶତ ନିଜ ବାସଭବନରୁ କାର୍ଯ୍ୟ କରିବେ।

କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ଗ୍ରୁପ ବି ଓ ଗ୍ରୁପ ସି କର୍ମଚାରୀଙ୍କ ମଧ୍ୟରୁ ୫୦ ପ୍ରତିଶତ ଅଫିସକୁ ଆସିବେ। ବଳକା ୫୦ ପ୍ରତିଶତ କର୍ମଚାରୀ ଘରୁ କାମ କରିବେ। ଏଥିଲାଗି କର୍ମଚାରୀଙ୍କୁ ପାଳି କରି ନିୟୋଜିତ କରିବାକୁ ସମସ୍ତ ବିଭାଗର ମୁଖ୍ୟଙ୍କୁ ନିର୍ଦ୍ଦେଶ ଜାରି ହୋଇଛି।

୫୦ ପ୍ରତିଶତ ଗୋଟିଏ ସପ୍ତାହ କାର୍ଯ୍ୟ କଲେ ପରବର୍ତ୍ତୀ ସପ୍ତାହରେ ବଳକା ୫୦ ପ୍ରତିଶତ କର୍ମଚାରୀ ଅଫିସକୁ ଆସି କାର୍ଯ୍ୟ କରିବେ।  ଅଫିସ ନିକଟରେ ରହୁଥିବା କର୍ମଚାରୀ ସେମାନଙ୍କ ନିଜ ଗାଡିରେ ଅଫିସ ଆସିବାକୁ ପରାମର୍ଶ ଦିଆଯାଇଛି।

ଅଫିସ ମଧ୍ୟରେ ଗହଳିକୁ କମ କରିବାକୁ କର୍ମଚାରୀ ୩ଟି ସିଫ୍ଟରେ ଅଫିସ ଆସିବେ।  ସକାଳ ୯ଟାରୁ ୫ଟା ୩୦ ମିନିଟ, ଦ୍ୱିତୀୟରେ ୯ଟା ୩୦ ମିନିଟରୁ ସଂଧ୍ୟା ୬ଟା ଏବଂ ୧୦ଟାରୁ ୬ଟା ୩୦ ମିନିଟ୍ ଯାଏ ୩ଟି ସିଫ୍ଟ ରହିଛି।

You might also like