ଫେରୁଛି କରୋନା ! ଦିନକରେ ୩୬ ହଜାର ପିଜିଟିଭ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ ପୁଣି କଡ ଲେଉଟେଇଛି କରୋନା । କ୍ରମାଗତ ଭାବେ ଦେଶରେ ବଢି ବଢି ଚାଲିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୩୫ହଜାର ୮୭୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୩ ମାସ ମଧ୍ୟରେ ଏହା ସବୁଠାରୁ ଅଧିକ ବୋଲି ରିପୋର୍ଟରୁ ଜଣାଯାଇଛି।
ଏଯାବତ୍ ଦେଶରେ ୧କୋଟି ୧୪ ଳକ୍ଷ ଲୋକ କରୋନା ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଗତ ୮ ଦିନ ଧରି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାରରୁ ଅଧିକ ରହୁଥିବା ବେଳେ ଆଜି ଏହି ସଂଖ୍ୟା ୩୫ ହଜାର ପାର ହୋଇଛି । ଗତ ୨୪ ଘଣ୍ଟାରେ ୧୭୨ ଜଣଙ୍କ ମୃତ୍ୟୁ ହୋଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବୁଧବାର କୁହାଯାଇଛି, ମାର୍ଚ୍ଚ ୧ରୁ ୧୫ ତାରିଖ ମଧ୍ୟରେ ୧୬ ରାଜ୍ୟର ୭୦ ଜିଲ୍ଲାରେ କୋଭିଡ-୧୯ ରୋଗୀଙ୍କ ସଂଖ୍ୟା୧୫୦ ପ୍ରତିଶତ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ କହିବା ଅନୁଯାୟୀ, ଏହି ୭୦ ସହରରୁ ସର୍ବାଧିକ ସହ ଉତ୍ତର ଏବଂ ପଶ୍ଚିମ ଭାରତର।
ତେବେ ସବୁଠାରୁ ବେଶି ଚିନ୍ତାର କାରଣ ସାଜିଛି ମହରାଷ୍ଟ୍ର। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୨୩,୧୭୯ ନୂଆ କରୋନା ଚିହ୍ନଟ ହୋଇଥିବା ବେଳେ ୮୪ ଜଣଙ୍କ ମୃତ୍ୟୁ ଘଟିଛି। ମୁମ୍ବାଇରୁ କେବଳ ୨,୩୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷେ ମଙ୍ଗଳବାର ମହାରାଷ୍ଟ୍ରରେ ୧୭,୮୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୁମ୍ବାଇରୁ କେବଳ ୧,୯୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
ଗତ ବର୍ଷ ଠିକ୍ ଏହି ସମୟରେ କରୋନ ତାର କାୟା ବସ୍ତାର କରିଥିଲା। ମଝିରେ କିଛି ଦିନ ଏଥରୁ ସାମାନ୍ୟ ଅଶ୍ୱସ୍ତି ମିଳିଥିବାବେଳେ ପୁଣି ଏହା ବଢିବାକୁ ଲାଗିଛି। କରୋନାର ଦ୍ୱିତୀୟ ଲହର ଆସିଛି ବୋଲି ଆଶଙ୍କା କରାଯାଉଛି। ଗୋଟିଏ ପଟେ ଭାକ୍ସିନେଶନ ଚାଲିଥିବାବେଳେ ଅନ୍ୟପଟେ ବଢୁଥିବା ସଂକ୍ରମଣ ହାର ସରକାରଙ୍କ ଚିନ୍ତା ବଢାଇ ଦେଇଛି। ପ୍ରତିକାର ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।
India reports 35,871 new COVID19 cases, 17,741 recoveries and 172 deaths in the last 24 hours, as per the Union Health Ministry
Total cases: 1,14,74,605
Total recoveries: 1,10,63,025
Active cases: 2,52,364
Death toll: 1,59,216Total vaccination: 3,71,43,255 pic.twitter.com/Qd3ye2ZFH1
— ANI (@ANI) March 18, 2021