କରୋନା ଲଢ଼େଇରେ ଜିତିଲା ୩୬ ଦିନର ଶିଶୁ

ମୁମ୍ବାଇ: କରୋନା ଯୁଦ୍ଧରେ ବିଜୟୀ ହେଲା ୩୬ ଦିନର ଶିଶୁ। ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର ମୁମ୍ବାଇରୁ ଆସିଛି ଏଭଳି ଖୁସି ଖବର। ୩୬ ଦିନର କରୋନା ପଜିଟିଭ୍ ଶିଶୁ ସୁସ୍ଥ ହୋଇ ଘରକୁ ଫେରିଛି।

ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶିଶୁଟି ଚିକିତ୍ସିତ ହେଉଥିଲା ସୁସ୍ଥ ହୋଇ ଘରକୁ ଫେରିବା ବେଳେ ଡାକ୍ତର, ନର୍ସ ଓ ମେଡିକାଲ ଷ୍ଟାଫମାନେ ତାଳି ମାରି ଶିଶୁକୁ ଉତ୍ସାହିତ କରିଛନ୍ତି।

ଏ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଟ୍ୱିଟ୍ କରି ଖୁସି ପ୍ରକାଶ କରିଛନ୍ତି। ଯେତେବେଳେ କରୋନା ବିରୋଧରେ ଯୁଦ୍ଧ ଚାଲିଛି, ସେତେବେଳେ ମହାରାଷ୍ଟ୍ର ଲୋକଙ୍କ ପାଇଁ ବୟସ ପ୍ରତିବନ୍ଧକ ସାଜିବ ନାହିଁ ବୋଲି ସେ ଟ୍ୱିଟ୍ କରିଛନ୍ତି।

ମୁମ୍ବାଇ ଦେଶର କରୋନା କ୍ୟାପିଟାଲରେ ପରିଣତ ହୋଇଥିବା ବେଳେ ଅନ୍ୟତମ ହଟସ୍ପଟ ଭାବେ ଚିହ୍ନଟ ହୋଇଛି ଧାରାବୀ। ଏଠାରେ ଏଯାଏଁ ୨୩ ଶହ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୫ଶହ ୯ ଜଣ ଏବେ ଚିକିତ୍ସିତ ହେଉଥିବା ବେଳେ ୭୯୧ ଜଣ ସୁସ୍ଥ ହୋଇଛନ୍ତି।

You might also like