୨୪ ଘଣ୍ଟାରେ ୫୦ ହଜାର କରୋନା ଆକ୍ରାନ୍ତ ଚିହ୍ନଟ, ବଢୁଛି ସୁସ୍ଥ ଲୋକଙ୍କ ହାର

ନୂଆଦିଲ୍ଲୀ: ଭାରତରେ ୧୪ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୪୯ ହଜାର ୯୩୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଥିସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୩୫ ହଜାର ୪୫୩କୁ ବୃଦ୍ଧି ପାଇଛି ।

ସେହିପରି ୨୪ ଘଣ୍ଟା ମଧ୍ୟରେ  ୭୦୮ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୨ ହଜାର ୭୭୧ରେ ପହଞ୍ଚିଛି । ଦିନକୁ ଦିନ କରୋନା ସ୍ଥିତି ଭୟଙ୍କର ରୂପ ନେଉଥିବାରୁ ପ୍ରଶାସନ ଚିନ୍ତା ବଢି ଯାଇଛି।

ମହାରାଷ୍ଟ୍ରରେ ସର୍ବାଧିକ ୩ ଲକ୍ଷ ୭୫ ହଜାର ଆକ୍ରାନ୍ତ ହୋଇଥିବା ବେଳେ ୧୩ ହଜାର ୬୫୬ ଜଣଙ୍କର ଜୀବନ ନେଇଛି କରୋନା। ସେହିପରି ଦିଲ୍ଲୀରେ ୩ ହଜାର ୮ଶହ ୨୭, ତାମିଲନାଡୁରେ ୩ ହଜାର ୪ଶହ ୯୪ ଓ ଗୁଜରାଟରେ ୨ ହଜାର ୩ଶହ ୨୬ ଜଣଙ୍କର ମୃତ୍ୟୁ ହୋଇଛି । ୧୪ ଲକ୍ଷ ୩୫ ହଜାର ଆକ୍ରାନ୍ତଙ୍କ ମଧ୍ୟରୁ ଏବେ ସୁଦ୍ଧା ୯ ଲକ୍ଷ ୧୭ ହଜାର ୫୬୭ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଆକ୍ଟିଭ କେସ ରହିଛି ୪,୮୫,୧୧୪।

ତେବେ ଖୁସିର କଥା, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ -19 ରେ ପୀଡିତ ୩୬, ୧୪୫  ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଗୋଟିଏ ଦିନରେ କରୋନା ସଂକ୍ରମଣରୁ ସର୍ବାଧିକ ସଂଖ୍ୟକ ଲୋକ ମୁକ୍ତ ହୋଇଛନ୍ତି। ସୁସ୍ଥ ହେଉଥିବା ଲୋକଙ୍କ ହାର ୬୩.୬୨ ପ୍ରତିଶତକୁ ବୃଦ୍ଧି ପାଇଥିବା  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

 

 

ଆହୁରି ପଢ଼ନ୍ତୁ

You might also like