ଦଙ୍ଗା ମାମଲାରେ ଶାହରୁଖଙ୍କ ବିରୋଧରେ ପ୍ରଥମ ଚାର୍ଜସିଟ ଦାଖଲ

ନୂଆଦିଲ୍ଲୀ:ଉତ୍ତର ପୂର୍ବାଞ୍ଚଳରେ ହୋଇଥିବା ଦଙ୍ଗା ମାମଲାରେ ପ୍ରଥମ ଚାର୍ଜସିଟ ଦାଖଲ ହୋଇଛି। ଜାଫରାବାଦ ମେଟ୍ରୋ ଷ୍ଟେଶନ ନିକଟରେ ଫାୟାରିଂ କରିବା ଏବଂ ପୋଲିସକୁ ପିସ୍ତଲ ଦେଖାଇ ଭୟଭୀତ କରିଥିବା ଶାହରୁଖ ପଠାନ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଛି। ପୋଲିସ ଏହି ମାମଲାରେ ଶାହରୁଖଙ୍କ ସହ ଥିବା ଆଉ ୨ ଜଣ ଅଭିଯୁକ୍ତ ଏହି ଘଟଣାରେ ସାମିଲ ଥିବା କହିଛି। କଡ଼କଡ଼ଡୁମା କୋର୍ଟରେ ଶୁକ୍ରବାର ୩୫୦ ବିଶିଷ୍ଟ ଚାର୍ଜସିଟ ଦାଖଲ ହୋଇଛି।

ଫେବ୍ରୁଆରୀ ୨୪ ତାରିଖ ସିଏଏକୁ ବିରୋଧ କରି ମହିଳାମାନେ ଜାଫରାବାଦ୍‌ ମେଟ୍ରୋ ଷ୍ଟେଶନ ତଳେ ରାସ୍ତା ଉପରେ ଧାରଣାର ବସିଥିଲେ। ହଠାତ୍‌ ପଥର ମାଡ଼ ହୋଇଥିଲା। ଏଥି ସହିତ ହାତରେ ପିସ୍ତଲ ଧରି ଜଣେ ବ୍ୟକ୍ତି ଦୌଡି ଦୌଡି ଆସିଥିଲା ଏବଂ ଫାଙ୍କା ଗୁଳିଚାଳନା କରିଥିଲା। ସେଠାରେ ମୁତୟନ ଥିବା ପୋଲିସ କର୍ମୀ ଦୀପକ ଦହିଆ ତାଙ୍କୁ ରୋକିବା ପାଇଁ ଚେଷ୍ଟା କରିବାରୁ ଯୁବକଜଣକ ତାଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ। ଏହି ସମସ୍ତ ଘଟଣା ସିସି କ୍ୟାମେରାରେ କଏଦ ହୋଇଥିଲା ଯାହା ପରେ ଭାଇରାଲ ହୋଇଥିଲା। ଏହାପରେ ଅଭିଯୁକ୍ତ ଫେରାର ହୋଇ ଯାଇଥିଲା।

ପରେ ପୋଲିସ ଅଭିଯୁକ୍ତଙ୍କ ପତ୍ତା ଖୋଜି ବାହାର କରିଥିଲା। ସେ ସ୍ଥାନୀୟ ଅରବିନ୍ଦ ନଗର ନିବାସୀ ଶାହରୁଖ ପଠାନ୍‌ ବୋଲି ପୋଲିସ ଜାଣିବାକୁ ପାଇଥିଲା। କନଷ୍ଟେବଲ୍‌ ଦୀପକ ଦହିଆଙ୍କ ଅଭିଯୋଗ କ୍ରମେ ଜାଫରାବାଦ୍‌ ଥାନାରେ ୨୬ ଫେବ୍ରୁଆରୀରେ ଶାହରୁଖଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ପରେ ତାଙ୍କୁ ମର୍ଚ୍ଚ ୩ ତାରିଖରେ ଗିରଫ କରିଥିଲା।

ଆହୁରି ପଢ଼ନ୍ତୁ

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

You might also like