ଏକାଥରକେ ୩୫୦ ହାତୀ ମୃତ

ନୂଆଦିଲ୍ଲୀ: ଏକାଥରକେ ମିଳିଲା ୩୫୦ରୁ ଅଧିକ ହାତୀ ମୃତଦେହ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବୋଟ୍ସୱାନାରେ।ଆଫ୍ରିକୀୟ ଦେଶର ବୋଟ୍ସୱାନାରେ ଏକାଥରେକ ୩୫୦ରୁ ଅଧିକ ହାତୀଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ହୋଇଥିବା ସେଠାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଏତେ ସଂଖ୍ୟାକ ହାତୀ କେମିତି ମଲେ, ତାହା ଜଣାପଡ଼ିନାହିଁ। ଶହଶହ ମୃତ ହାତୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଅଧିକାଂଶ ହାତୀଙ୍କର ମୃତଦେହ ପାଣିସ୍ରୋତ ନିକଟରୁ ମିଳିଛି।

ଏହି ମାମଲାରେ ବୋଟ୍ସୱାନା ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ। ତେବେ ଏମାନଙ୍କୁ ବିଷ ଦିଆଯାଇଛି କିମ୍ବା ଏମାନଙ୍କର ମୃତ୍ୟୁ କୌଣସି ଅଜଣା ରୋଗ ଦ୍ୱାରା ହୋଇଥିବା ନେଇ ଆଶଙ୍କା କରାଯାଉଛି। ହେଲେ ବୈଜ୍ଞାନିକମାନେ ହାତୀଙ୍କର ମୃତ୍ୟୁ କୌଣସି ରୋଗ ଦ୍ୱାରା ହୋଇନଥିବା କହୁଛନ୍ତି। ଏମିତି ଏକ ଘଟଣା ଜିମ୍ବାୱେରେ ମଧ୍ୟ ଘଟିଥିଲା।

ଡାଇରେକ୍ଟର ଅଫ୍ କନଜରଭେସନ୍ ଆଟ୍ ନ୍ୟାଶନାଲ୍ ପାର୍କ ରେସ୍କ୍ୟୁ ଡାକ୍ତର ନିଲ୍ ମ୍ୟାକେନ୍ କହିଛନ୍ତି, ଏତେ ବଡ଼ ସଂଖ୍ୟକ ହାତୀଙ୍କର ସ୍ୱାଭାବିକ ମୃତ୍ୟୁ କେବେବି ଦେଖିବାକୁ ମିଳିନାହିଁ। ଏଭଳି ମୃତ୍ୟୁ କେବଳ ଜଳାଭାବ ସମୟରେ ଦେଖିବାକୁ ମିଳେ, କିନ୍ତୁ ବର୍ତ୍ତମାନ ପର୍ଯ୍ୟାପ୍ତ ଜଳ ମହଜୁଦ ଅଛି। ତେଣୁ ଏହି ମୃତ୍ୟୁ ସମସ୍ତଙ୍କ ମନରେ ସନ୍ଦେହ ଜାଗ୍ରତ କରିଛି।

ତେବେ ଏତେ ସଂଖ୍ୟକ ହାତୀ ମୃତ୍ୟୁ ଘଟଣା ପ୍ରଥମ ନୁହେଁ। ଏହା ପୂର୍ବରୁ ଓକୱାଙ୍ଗୋ ଡେଲଟାରେ ୧୬୯ ହାତୀଙ୍କର ମୃତ୍ୟୁ ହୋଇଥିଲା। ଏକ ରିପୋର୍ଟ ଅନୁଯାୟୀ, ଜୁନ୍‌ର ମଧ୍ୟଭାଗ ପର୍ଯ୍ୟନ୍ତ ହାତୀଙ୍କ ମୃତ୍ୟୁ ସଂଖ୍ୟା ପ୍ରାୟ ଦୁଇଗୁଣା ହୋଇଛି। ଏଥିରେ ୭୦ପ୍ରତିଶତ ହାତୀଙ୍କ ମୃତ୍ୟୁ ଜଳାଭାଗ ଯୋଗୁ ହୋଇଥିବା ଜଣାପଡ଼ିଛି। ବୋଟ୍ସୱାନା ସରକାର ଏପର୍ଯ୍ୟନ୍ତ ଏହି ହାତୀଙ୍କ ମୃତ୍ୟୁର ତଦନ୍ତ କରିନାହାନ୍ତି।

ଆହୁରି ପଢ଼ନ୍ତୁ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

You might also like