ମୁମ୍ବାଇ ସିଦ୍ଧିବିନାୟକ ମନ୍ଦିରକୁ ୩୫କେଜି ସୁନା ଦାନ

ମୁମ୍ବାଇ : ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରକୁ ୩୫କେଜି ସୁନା ଦାନ।  ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୪କୋଟି ଟଙ୍କା । ଦିଲ୍ଲୀର ଜଣେ ଶ୍ରଦ୍ଧାଳୁ ମନ୍ଦିରକୁ ଏହି ଦାନ କରିଥିବାବେଳେ ଉକ୍ତ ବ୍ୟକ୍ତିଙ୍କ ନା ଗୁପ୍ତ ରଖାଯାଇଛି । ଏହି ସୁନା ମନ୍ଦିରର ମୁଖ୍ୟ କବାଟ ଏବଂ ଏକ ପ୍ଲେଟ ପ୍ରସ୍ତୁତ କରାଯାଇ ଛାତ ତଳେ ଲଗାଯାଇଛି।

କୁହାଯାଉଛି ସିଦ୍ଧିବିନାୟକ ମନ୍ଦିରରୁ ଏଭଳି ଦାନ ଇତିହାସରେ ପ୍ରଥମ । ମାଘୀ ଗଣେଶ ଜୟନ୍ତୀ ପାଇଁ ଗତ ଜାନୁୟାରୀ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିଥିଲା । ଏହି ସମୟରେ ଦାନ ସୁନାକୁ ମନ୍ଦିରରେ ଲଗାଯାଇଥିବା କୁହାଯାଉଛି।

You might also like