ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ: ୩୫ ମୃତ

ରିଆଦ: ସାଉଦି ଆରବରେ ଏକ ଭୟଙ୍କର ସିରିଜ୍‌ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସାଉଦି ଆରବର ପଶ୍ଚିମ ପ୍ରାନ୍ତରେ ଥିବା ମେଦିନାରେ ଏକ ଯାତ୍ରୀବାହୀ ବସ୍ ଏହି ସିରିଜ ଦୁର୍ଘଟଣା କରିଛି। ବୁଧବାର ସଂଧ୍ୟା ୭ଟାରେ ମେଦିନାରୁ ୧୭୦ କି.ମି. ଦୂର ହିଜ୍‌ରା ରୋଡ୍‌ରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ଯାତ୍ରୀବାହୀ ବସ୍‌ଟି ପ୍ରଥମେ ଏକ ବଡ଼ ଗାଡ଼ିକୁ ଧକ୍କା ଦେଇଥିଲା। ଏହାପରେ ବସ୍‌ର ଡ୍ରାଇଭର ନିୟନ୍ତ୍ରଣ ହରାଇ ସାରିଥିବାରୁ ପାଖରେ ଥିବା ଗୋଟିଏ ପରେ ଗୋଟିଏ ଗାଡ଼ିକୁ ଧକ୍କା ଦେଇ ଚାଲିଥିଲା। ବସ୍‌ରେ ସାଉଦି ଆରବର ନାଗରିକ, ଏସିଆ ମହାଦେଶର ନାଗରିକ ଥିଲେ ବୋଲି ଜଣାପଡ଼ିଛି।

ପୁଲିସ୍‌ ଘଟଣାର ତଦନ୍ତ କରୁଛି।

You might also like