ଦେଶରେ ଦିନକରେ ଆଖି ବୁଜିଲେ ୩,୪୯୮ କରୋନା ରୋଗୀ

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ଭାବେ ବଢ଼ି ଚାଲିଛି କରୋନା ଦୈନିକ ସଂକ୍ରମଣ। ଦୈନିକ ମୃତ୍ୟୁ ଟ୍ରେଣ୍ଡ  ସମସ୍ତ ରେକର୍ଡ ଭାଙ୍ଗିଛି।ଆଜି ଦିନକରେ ଦେଶରେ  ସର୍ବାଧିକ୩ ଲକ୍ଷ ୮୬ ହଜାର ୪୫୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ସର୍ବାଧିକ ୩ ହଜାର ୪୯୮ ଜଣଙ୍କର ମୃତ୍ୟୁ ଘଟିଛି ।

ମୋଟ କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୮ ହଜାର ୩୩୦କୁ ବୃଦ୍ଧି ପାଇଛି। ସେହିପରି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୮୭ ଲକ୍ଷ ୬୨ ହଜାର ୯୭୬କୁ ବୃଦ୍ଧି ପାଇଛି । ବର୍ତ୍ତମାନ  ଆକ୍ଟିଭ କେସ୍  ୩୧ ଲକ୍ଷ ୭୦ ହଜାର ୨୨୮ରହିଥିବାବେଳେ ସୁସ୍ଥ ହେଲେଣି ୧ କୋଟି ୫୩ ଲକ୍ଷ ୮୪ ହଜାର ୪୧୮ ଜଣ ।ଏଯାବତ ୧୫ କୋଟି ୨୨ ଲକ୍ଷ ୪୫ ହଜାର ୧୭୯ ଡୋଜ୍ ଟିକାକରଣ ହୋଇଥିବା ସୂଚନା ରହିଛି।

ମହାମାରୀ ପ୍ରକୋପ କମିବାର ନାଁ ଧରୁନି। ଗୁଜରାଟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, କରୋନା ଆଜି ଗୁଜରାଟରୁ ୧୪, ୩୨୭ ନୂଆ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫, ୫୩, ୧୭୨ରେ ପହଞ୍ଚିଛି। ୨୪ ଘଣ୍ଟାରେ ୧୮୦ ଜଣଙ୍କର ମୃତ୍ୟୁ ଘଟିଛି।

ସେହିପରି ପଶ୍ଚିମବଙ୍ଗରେ ଦିନକରେ ସର୍ବାଧିକ ୮୯ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୧୧, ୨୪୮ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୧୭, ୪୦୩ ନୂଆ ମାମଲା ସାମ୍ନାକୁ ଆସିଛି। ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮, ୧୦, ୯୫୫ରେ ପହଞ୍ଚିଛି।

ସେହିପରି ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ୬୬, ୧୫୯ ମାମଲା ସାମ୍ନାକୁ ଆସିଛି। ଏହି ସମୟ ମଧ୍ୟରେ ରାଜ୍ୟରେ ୭୭୧ ଜଣଙ୍କର କରାନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇଲେ ମହାରାଷ୍ଟ୍ରରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪୫, ୩୯, ୫୫୩ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୬୭, ୯୮୫ ଛୁଇଁଛି।

ତେବେ ମହାରାଷ୍ଟ୍ରରେ ଟିକାକରଣ ବ୍ୟବସ୍ଥାକୁ ଚିନ୍ତା ବଢିଛି। ଟିକା ନ ଥିବାରୁ ମୁମ୍ବାଇରେ ତିନି ଦିନ ପାଇଁ ଟିକାକରଣକୁ ବନ୍ଦ କରି ଦିଆଯାଇଛି। ଗ୍ରେଟର ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନର କହିବା ଅନୁଯାୟୀ, ଆଜି ମୁମ୍ବାଇରେ ଟିକାକରଣ ବନ୍ଦ ରହିଛି। ମେ’ ୧ ତାରିଖରୁ ୧୮ ବର୍ଷରୁ ଅଧକ ବୟସ୍କ ଲୋକଙ୍କୁ ଟିକା ଦିଆଯିବ। ତେବେ ଟିକା ଅଭାବରୁ ତୃତୀୟ ଚରଣ ଟିକା ପ୍ରଦାନରେ ବିଳମ୍ବ ହୋଇପାରେ।

You might also like