ସଂକ୍ରମଣକୁ ରୋକିବା ପାଇଁ କରୋନା ଆକ୍ରାନ୍ତ ନର୍ସ କଲେ ଆତ୍ମହତ୍ୟା

ରୋମ୍‌: ମହାମାରୀ ରୂପ ନେଇଥିବା କରୋନା ଇଟାଲିରେ ତାଣ୍ଡବ ରଚୁଛି। ଏହି ମହାମାରୀ ଇଟାଲିରେ ବୁଧବାର ସୁଦ୍ଧା ୭ ହଜାର ଲୋକଙ୍କର ଜୀବନ ନେଲାଣି। ଏଠାରେ ସରକାର, ଡାକ୍ତର ଅସହାୟ ହୋଇପଡ଼ିଲେଣି। ଇତି ମଧ୍ୟରେ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଜଣେ ନର୍ସଙ୍କ ରିପୋର୍ଟ ପଜେଟିଭ ଆସିବା ପରେ ସେ ଆତ୍ମହତ୍ୟା କରିଛନ୍ତି।

ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ଅନୁଯାୟୀ, ୩୪ ବର୍ଷିୟ ଏହି ନର୍ସ ଜଣକ ଯେତେବେଳେ ଜାଣିଲେ ଯେ ସେ କରୋନା ଆକ୍ରାନ୍ତ ହୋଇଛନ୍ତି ସେ ଚିନ୍ତିତ ହୋଇପଡ଼ିଲେ। ତାଙ୍କର ଭୟଥିଲା ତାଙ୍କଠାରୁ ଆଉ କାହାକୁ ଏହା କାଳେ ସଂକ୍ରମିତ ହୋଇଯିବ । ତେଣୁ ସେ ଏପରି ଚରମ ନିଷ୍ପତ୍ତି ନେଇଥିଲେ।

ଡାନିଏଲ ଟ୍ରେଜି ନାମ୍ନୀ ଏହି ନର୍ସ ଇଟାଲିର ସର୍ବାଧିକ କରୋନା କ୍ଷତିଗ୍ରସ୍ତ ଲୋମ୍ବାର୍ଡିର ଏକ ଡାକ୍ତରଖାନାରେ କାମ କରନ୍ତି। ଇଟାଲିର ନର୍ସିଂ ମହାସଂଘର କହିବା ଅନୁଯାୟୀ ରିପୋର୍ଟ ଦେଖିବା ପରେ ଟ୍ରେଜି ବହୁତ ଚିନ୍ତିତ ଥିଲେ। ତାଙ୍କର ଚିନ୍ତା ଥିଲା, କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ସେ ଚେଷ୍ଟା କରୁଥିଲେ, ଏବେ ତାଙ୍କ ଦ୍ୱାରା ଏହା ବ୍ୟାପିବ। ତେଣୁ ସେ ଆତ୍ମହତ୍ୟା କରିଥିଲେ।
ସୂଚନାଥାଉ କି, ଇଟାଲିରେ ବୁଧବାର ସୁଦ୍ଧା କରୋନା ସଂକ୍ରମଣରେ ୬,୮୨୦ ଲୋକଙ୍କର ଜୀବନ ଗଲାଣି।

ଆହୁରି ପଢ଼ନ୍ତୁ

କ୍ୱାରେଣ୍ଟାଇନ୍‌ ପରେ ବି ଆହୁରି ୨ ସପ୍ତାହ କରୋନା ଭୟ ରହିଛି

ସାରା ବିଶ୍ୱରେ ୮ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

‘ପିଏମ କେୟାର୍ସ ଫଣ୍ଡ’କୁ ଦାନ କଲେ ମୋଦିଙ୍କ ମା’

କରୋନା ମୁକାବିଲା ପାଇଁ ରୋହିତ ଦେଲେ ୮୦ ଲକ୍ଷ

ପୂରା ବିଶ୍ୱରେ କରୋନା ସ୍ଥିତି ଜଟିଳ: ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ନିଜାମୁଦ୍ଦିନ ଧାର୍ମିକ ସଭାରୁ ଫେରିଥିବା ୫୦ ତାମିଲନାଡୁ ନାଗରିକ କରୋନା ଆକ୍ରାନ୍ତ

ମହାରାଷ୍ଟ୍ରରେ ଆଜି ୭୨ କରୋନା ରୋଗୀ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଲା

ସଚେତନ ରୁହ, ନହେଲେ ନିଆଁ ଭଳି ମାଡ଼ିଯିବ କରୋନା

କୋଭିଡ୍-୧୯ ଆକ୍ରାନ୍ତରେ ୧୨ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ

କ୍ୱାରେଣ୍ଟାଇନ୍‌ରେ ରହିଲେ ନିଜାମୁଦ୍ଦିନ୍‌ରୁ ଫେରିଥିବା ୩ ଓଡ଼ିଆ

ପ୍ରବାସୀ ଶ୍ରମିକଙ୍କ ପାଇଁ କମିଟି ଗଠନ କରିବାକୁ ୨୪ ଘଣ୍ଟା ମହଲତ ଦେଲେ ସୁପ୍ରିମକୋର୍ଟ

କରୋନା ରୋଗୀଙ୍କ ପାଇଁ ପାର୍କରେ ମେଡିକାଲ ନିର୍ମାଣ କଲା ଆମେରିକା

You might also like