ତେଲେଙ୍ଗାନାରେ ପ୍ରବଳ ବର୍ଷାରେ ୩୦ ମୃତ, କେବଳ ହାଇଦ୍ରାବାଦରେ ୧୫

ହାଇଦ୍ରାବାଦ: ତେଲେଙ୍ଗାନାରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷାରେ ୩୦ ଲୋକଙ୍କର ମୃତ୍ୟୁ ଘଟିଲାଣି। ଏଥିମଧ୍ୟରୁ କେବଳ ୧୫ ଜଣ କେବଳ ହାଇଦ୍ରାବାଦର। ମୃତକଙ୍କ ମଧ୍ୟରେ ଜଣ ୨ ମାସର ଶିଶୁ ଅଛି।  ସହରର ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିରହିଥିବା ବେଳେ ସାରା ରାତି ବର୍ଷା ହେବାରୁ ଏକ ପାଚେରୀ ଭାଙ୍ଗି ପଡ଼ିଥିଲା। ଏହି ପାଚେରୀ ନିକଟରେ ଥିବା ୧୦ଟି ଘର ଉପରେ ଅଜାଡି ପଡ଼ିବାରୁ ୯ ଜଣଙ୍କର ମୃତ୍ୟୁ ହୋଇଛି।

ବର୍ଷା ଯୋଗୁ ରାଜଧାନୀ ହାଇଦ୍ରାବାଦ୍‌ ସ୍ଥିତି ବେହାଲ ହୋଇଯାଇଛି। ପାଣିସୁଅରେ ଜଣେ ବ୍ୟକ୍ତି ଭାସି ଯାଉଥିଲେ। ରାସ୍ତାକଡରେ ଏକ ଉଚ୍ଚସ୍ଥାନରେ ଆଶ୍ରୟ ନେଇଥିବା ୨ ଜଣ ବ୍ୟକ୍ତି ଅସହାୟ ଭାବେ କେବଳ ଦେଖୁଥିଲେ ହେଁ, ପାଣିସ୍ରୋତ ପ୍ରଖର ଥିବାରୁ ତାଙ୍କୁ ଉଦ୍ଧାର କରିପାରି ନ ଥିଲେ। ଶେଷରେ ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା ଜଣାଯାଇଛି ।

ମିଳିଥିବା ଖବର ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁ ବିଦ୍ୟୁତ ଖୁଣ୍ଟ ସବୁ ଉପୁଡି ଯାଇଛି। ଫଳରେ ସହରରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି। ହଜାର ହଜାର ଏକର କ୍ଷେତ ଜଳାର୍ଣ୍ଣବ ହୋଇଯାଇଛି। ଏନଡିଆରଏଫ ଏବଂ ସେନା ସହାୟତାରେ ଉଦ୍ଧାର କାର୍ଯ୍ୟ ଚାଲିଛି। ହାଇଦ୍ରାବାଦ ଏବଂ ରଙ୍ଗରେଡ୍ଡି ଜିଲ୍ଲାର ପାଣି ଘେରରେ ଥିବା ପ୍ରାୟ୧୦୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା  ଏନଡିଆରଏଫ ପକ୍ଷରୁ କୁହାଯାଇଛି।

ତେଲେଙ୍ଗାନା ସରକାର ବୁଧବାର ଏବଂ ଗୁରୁବାର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ଘରୋଇ ସଂସ୍ଥା ଛୁଟି ଘୋଷଣା କରିଛନ୍ତି ଏବଂ ଲୋକଙ୍କୁ ବାହାରକୁ ନ ବହାରିବା ପାଇଁ ଅନୁରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ

‘ଭାରତ ଉପରେ ଆଖି ପକାଇଲେ ଉଚିତ୍ ଜବାବ ଦେବୁ’

କ୍ଷଣିକ ଭିତରେ ହୋଇଗଲା ଛାରଖାର…ମାଟିରେ ମିଶିଗଲା ସବୁକିଛି

ରାସ୍ତା ଉପରେ ଆଇଟିବିପି ସେନାଙ୍କୁ ସାଲ୍ୟୁଟ୍‌ ମାରୁଥିବା ପିଲାକୁ ଅଢେଇ ଲକ୍ଷ ଟଙ୍କା ଦେଲେ ବିଜେପି ସାଂସଦ

ଭୂମିକମ୍ପ ଓ ସୁନାମିରେ ୧୭ ମୃତ, ୭୦୦ରୁ ଅଧିକ ଆହତ

୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କୌଣସି ଚାପ ପଡ଼ି ନ ଥିଲା-ସଫେଇ ଦେଲେ ଇମ୍ରାନ

ଆରୋଗ୍ୟ ସେତୁ ଆପ୍ସର ତଥ୍ୟ ଖିଲାପ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବାପାଙ୍କୁ ହତ୍ୟା କରିବା ପରେ କ୍ରାଇମ୍‌ ଶୋ’ରୁ ଆଇଡିଆ ନେଇ ପ୍ରମାଣ ନଷ୍ଟ କଲା ପୁଅ

ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

ଦିୱାଲିରେ ଏହିସବୁ ସ୍ମାର୍ଟଫୋନ୍‌ ଉପରେ ମିଳୁଛି ବମ୍ପର ଅଫର୍‌

You might also like