ଲାଲଗଡ଼ରେ ଲଢ଼ିବେ ଲେଡି କମାଣ୍ଡୋ

ଭୁବନେଶ୍ୱର: ଘଞ୍ଚ ଜଙ୍ଗଲରେ ମାଓବାଦୀଙ୍କ ବିରୋଧରେ ଲଢ଼ିବେ ମହିଳା। ଛତିଶଗଡ଼ର ବସ୍ତର ଏବଂ ଦନ୍ତେଓ୍ୱାଡ଼ାରେ ମୁହଁତୋଡ଼ ଜବାବ ଦେବେ ଲେଡି କମାଣ୍ଡୋ। ଏଥିପାଇଁ ଦନ୍ତେଶ୍ୱରୀ ଲଡ଼ାକେ ନାଁରେ ଗଠନ ହୋଇଛି ସ୍ୱତନ୍ତ୍ର କମାଣ୍ଡୋ ବାହିନୀ । ଯେଉଁଥିରେ ୩୦ ଜଣ ସଦସ୍ୟା ଥିବାବେଳେ ମାଓ ଶିବିର ଛାଡ଼ି ଆତ୍ମସମର୍ପଣ କରିଥିବା ୧୦ ଜଣ ଯୁବତୀଙ୍କୁ ମଧ୍ୟ ସାମିଲ କରାଯାଇଛି। ସମସ୍ତଙ୍କୁ ବର୍ତ୍ତମାନ ଛତିଶଗଡ଼ ସରକାରଙ୍କ ପକ୍ଷରୁ ଦିଆଯାଉଛି ସ୍ୱତନ୍ତ୍ର ପ୍ରଶିକ୍ଷଣ। ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ଏମାନେ ଯେପରି ନକ୍ସଲଙ୍କୁ ମାତ୍‌ ଦେବେ, ସେଥିପାଇଁ ଚାଲିଛି ଜୋରଦାର ସମରାଭ୍ୟାସ୍ ।

ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ମାଓବାଦୀଙ୍କୁ ମାତ୍ ଦେବା ପାଇଁ ଯୁଦ୍ଧଂଦେହି ଡାକରା ପୂର୍ବରୁ ବୀରାଙ୍ଗନା ପ୍ରସ୍ତୁତ ହେଉଛନ୍ତି। ଉସ୍ତାଦଙ୍କ ନିର୍ଦ୍ଦେଶରେ କଦମ୍‌ଚାଲ୍ କରୁଛନ୍ତି ମହିଳା କମାଣ୍ଡୋ, ଶିଖୁଛନ୍ତି ବନ୍ଧୁକ ଚଳାଇବାର କୌଶଳ । ବାଇକ ଚାଳନା ସହ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର ସଂପର୍କରେ ଦିଆଯାଉଛି ସ୍ୱତନ୍ତ୍ର ପ୍ରଶିକ୍ଷଣ। ବସ୍ତର ଓ ଦନ୍ତେଓ୍ୱାଡ଼ାର ପ୍ରଭାବିତ ଅଞ୍ଚଳରେ ଚାଲିଛି ଏହି ସମରାଭ୍ୟାସ୍ । ରାଜ୍ୟ ପୋଲିସର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୩୦ ମହିଳା କମାଣ୍ଡୋଙ୍କୁ ନେଇ ଗଠନ ହୋଇଛି ଦନ୍ତେଶ୍ୱରୀ ଲଡ଼ାକେ । ଯାହାର ନେତୃତ୍ୱ ନେଇଛନ୍ତି ଡିଏସ୍‌ପି ଦିନେଶ୍ୱରୀ ନନ୍ଦ। ଏହି ୩୦ ମହିଳା କମାଣ୍ଡୋଙ୍କ ମଧ୍ୟରେ ଅଛନ୍ତି ଲାଲଗଡ଼ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ୧୦ ଯୁବତୀ । ତାଲିମ ସରିବା ପରେ ଛତିଶଗଡ଼ ପୋଲିସ ଓ ଦନ୍ତେଶ୍ୱରୀ ଲଡ଼ାକେ ମିଳିତ ଭାବେ ଜଙ୍ଗଲ ଭିତରେ ଲଢ଼ିବେ ମାଓବାଦୀଙ୍କ ବିରୋଧରେ।

ଛତିଶଗଡ଼ରେ ନକ୍ସଲ ମୁକାବିଲା ପାଇଁ ରାଜ୍ୟ ସରକାର ଏଭଳି ଅଭିନବ ପଦକ୍ଷେପ ହାତକୁ ନେଇଛନ୍ତି। ବର୍ଷକ ପୂର୍ବରୁ ବସ୍ତରରେ ସିଆରପିଏଫ୍ ପକ୍ଷରୁ ମନୋନୀତ ଯୁବତୀଯୁବକଙ୍କୁ ନେଇ ବସ୍ତର ବାଟାଲିଅନ ନାଁରେ ଏକ ଟିମ୍ ଗଠନ କରାଯାଇଥିଲା। ସେମାନଙ୍କ ଟ୍ରେନିଂ ସରିବା ପରେ ବର୍ତ୍ତମାନ କିଛି ଯୁବତୀଙ୍କୁ ଲଡ଼ାକେ ଗ୍ୟାଙ୍ଗରେ ସାମିଲ କରାଯାଇଛି । ଏହାସହ ରାଜ୍ୟ ପୋଲିସର ମହିଳା କନେଷ୍ଟବଳ, ସ୍ଥାନୀୟ ଯୁବତୀ ଓ ମାଓ ଶିବିର ଛାଡ଼ିଥିବା ଯୁବତୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଦନ୍ତେଓ୍ୱାଡ଼ା ଏସ୍‌ପିଙ୍କ ତତ୍ତ୍ୱାବଧାନରେ ଏହି ମହିଳା କମାଣ୍ଡୋ ବାହିନୀ କାମ କରିବାକୁ ପ୍ରସ୍ତୁତ ବୋଲି ଏସ୍‌ପି କହିଛନ୍ତି।

ଆହୁରି ପଢ଼ନ୍ତୁ

‘ଚାଇନା କମ୍ପାନୀ ଦ୍ୱାରା ଭାରତକୁ ଫାଇଦା’

ସମୁଦ୍ର କୂଳରେ ଏମିତି ଲୁକ୍‌ରେ ମନ୍ଦିରା, ଭାଇରାଲ ହେଲା ଫଟୋ

ଭାରତର ଲଗାତାର ୫ମ ବିଜୟ, ୱେଷ୍ଟଇଣ୍ଡିଜ୍ ଧରାଶାୟୀ

‘ଫୋନି’ ଖୋଲିଦେଲା ଜାଲ୍‌ ରାସନକାର୍ଡ ଗୁମର: ଚାଉଳ ନେଲେ ଟଙ୍କା ପାଇଁ ଆସିଲେନି

ପୋଲାଭରମ୍‌ ପ୍ରକଳ୍ପ ଆଗେଇନେବା ପାଇଁ ଆନ୍ଧ୍ରକୁ ଅନୁମତି

ଦାୟିତ୍ୱହୀନତା: ଉଦ୍ଧାର ହେଲେ ୨ ଶିଶୁପୁତ୍ର, ଜଣେ କାର୍ ଭିତରୁ, ଜଣେ ବନ୍ଦ ଘରୁ

ତିନି ରାଜ୍ୟସଭା ପ୍ରାର୍ଥୀ କୋଟିପତି, ଅମରଙ୍କ ନାଁରେ ରହିଛି ଏମିତି ଅଭିଯୋଗ

ମୋଟ୍ ବ୍ୟୟ ପରିମାଣ ୧ ଲକ୍ଷ ୩୯ ହଜାର କୋଟି  ଛୁଇଁବା ସମ୍ଭାବନା

ରାଜଧାନୀରୁ କାର ଲୁଟ୍ ଘଟଣାର ପର୍ଦ୍ଦାଫାସ

୪ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇଲା ସ୍ୱାସ୍ଥ୍ୟ ବିଭାଗ

ପାଠ୍ୟ ପୁସ୍ତକରେ ଏଣିକି ରହିବ କ୍ୟୁଆର କୋର୍ଡ

ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲା, ୫ ଦୋଷୀଙ୍କୁ ଆଜୀବନ ଜେଲ୍‌

You might also like