• translate
Minati Mishra

ଆଡଲଫ ହିଟଲର । ଜର୍ମାନର ଏକଛତ୍ରବାଦ ଶାସକ । ଦୁର୍ଦ୍ଦଷ ନାଜି ସେନାର ମୁଖ୍ୟ । ଦକ୍ଷ, ପରାକ୍ରମୀ । ଦ୍ୱିତୀୟ  ବିଶ୍ୱଯୁଦ୍ଧରେ ତାଙ୍କର ପରାଜୟ ହେଲା । ତଥାପି ସେ ହାର ମାନି ନ ଥିଲେ । କେମିତି କଟିଥିଲା ତାଙ୍କ ଜୀବନର ସେଇ ଶେଷ ୨ ଦିନ..

୧୯୪୫ ମସିହା ଏପ୍ରିଲ ଶେଷ ସପ୍ତାହ ବେଳକୁ ଜର୍ମାନୀର ପରାଜୟ ଏକ ପ୍ରକାର ସ୍ଥିର ହୋଇ ଯାଇଥିଲା । ମିତ୍ର ବାହିନୀ ଧୀରେ ଧୀରେ ଜର୍ମାନୀର ଏକଛତ୍ର ଶାସକ ଆଡଲଫ୍‌ ହିଟଲରଙ୍କୁ ଘେରି ରଖିଥିଲେ । ହିଟଲରଙ୍କ ପାଖରେ ୨ଟି ରାସ୍ତା ଥିଲା । ସେ ପରାଜୟ ସ୍ୱୀକାର କରି ମିତ୍ର ବାହିନୀରେ ଆତ୍ମ ସମର୍ପଣ କରନ୍ତୁ କିମ୍ବା ନିଜ ଜୀବନ ତ୍ୟାଗ କରନ୍ତୁ ।

ହିଟଲର ଜାଣିଥିଲେ, ଯଦି ସେ ଆତ୍ମସମର୍ପଣ କରନ୍ତି, ତେବେ ତାଙ୍କ ସହ କ’ଣ ହେବ ସେ ଜାଣନ୍ତି ନାହିଁ । ତେଣୁ ସେ ନିଜ ବଙ୍କରରେ ଆତ୍ମହତ୍ୟା ଯୋଜନା ଆରମ୍ଭ କଲେ । ଜର୍ମାନ ଲୋକ ବି ଭାବୁଥିଲେ, ହିଟଲରଙ୍କ ଭଲ ସମୟ ଶେଷ ହୋଇଗଲା । ତାଙ୍କୁ ଯେଉଁପରି ଚାରିପଟରୁ ଘେରି ରଖାଯାଇଛି, ସେଥିରୁ ସେ ଖସି ଯାଇ ପାରିବେ ନାହିଁ ।

ଏପ୍ରିଲ ୨୦ ନିଜ ଜନ୍ମଦିନରେ ହିଟଲର ନିଜକୁ ସାର୍ବଜନୀନ କରିଥିଲେ । ହେଲେ ତା’ ପରଠାରୁ ତାଙ୍କୁ ଆଉ ଦେଖିବାକୁ ମିଳି ନ ଥିଲା । ଏକ ପ୍ରକାର ଗାଏବ ହୋଇ ଯାଇଥିଲେ । ପ୍ରକୃତ କଥା ହେଲା, ହିଟଲର ଏହା ପରେ ବର୍ଲିନର ବ୍ରାଡେନବର୍ଗ ନିକଟ ଏକ ସୁରକ୍ଷିତ ବଙ୍କରରେ ଶରଣ ନେଇଥିଲେ ।   ସେ ଜାଣି ପାରିଥିଲେ ଯେ, ତାଙ୍କର ଦିନ ଶେଷ ହୋଇ ଆସିଲାଣି । ସେ ନିଜର ଅତିିିି ବିଶ୍ୱସ୍ତ ଡାକ୍ତରଙ୍କୁ ଡାକିଥିଲେ । ଡାକ୍ତର ୱାର୍ଣ୍ଣର ହାସଙ୍କ ଠାରୁ ଆତ୍ମହତ୍ୟାର ସବୁଠାରୁ ଭଲ ବିକଳ୍ପ ବିଷୟରେ ବୁଝି ନେଇଥିଲେ ।
ଏପ୍ରିଲ ୨୯ ତାରିଖ ସ୍ଥିତି ଆହୁରି ଖରାପ ହୋଇ ଯାଇଥିଲା । ସେହିଦିନ ସକାଳୁ ସକାଳୁ ହିଟଲର ଇବା ବ୍ରାଉନଙ୍କୁ ବିବାହ କରିଥିଲେ । ଅବଶ୍ୟ ବିବାହରେ ଆଡମ୍ବର ନ ଥିଲା । ବିବାହ ପରେ ହିଟଲର ନିଜ କ୍ୟାମ୍ପରେ ଆତ୍ମହତ୍ୟା କରିବା ଉପରେ ଅଧିକ ଚର୍ଚ୍ଚା କରିଥିଲେ । ଏହି ସମୟରେ ଖବର ଆସିଲା ଯେ, ଇଟାଲିର ଶାସକ ତଥା ତାଙ୍କ ବନ୍ଧୁ ମୁସୋଲିନଙ୍କୁ ଗୁଳିକରି ହତ୍ୟା କରାଯାଇଛି । ମୃତ୍ୟୁ ପରେ ଜନତା ତାଙ୍କ ଶବକୁ ବି ଅପମାନିତ କରିବାକୁ ଭୁଲି ନାହାନ୍ତି ।

୧୯୪୫ ଏପ୍ରିଲ ୩୦ ତାରିଖରେ ପ୍ରଥମେ ହିଟଲରଙ୍କ କୁକୁରକୁ ସାଇନାଇଡ ଦିଆ ଯାଇଥିଲା । ଏପ୍ରିଲ ୩୦ ତାରିଖ । ସମୟ ରାତି ପ୍ରାୟ ଗୋଟାଏ ହେବ । ଫିଲଡ ମାର୍ଶାଲ :ିଲୟମ କେଟଲ ସୂଚନା ଦେଇଥିଲେ, ଶତ୍ରୁପକ୍ଷ ପୁରା ସେନାକୁ ଘେରି ସାରିଛନ୍ତି । ଆଉ କିଛି ବି ରାସ୍ତା ନାହିଁ । ଏହା ପରେ ଭୋର ୪ଟା ବେଳକୁ ହିଟଲରଙ୍କ ପ୍ରିୟ ଜର୍ମାନ ସେପର୍ଡ ବ୍ଲୋଡିକୁ ସାଇନାଇଡ ବଟିକା ଖୁଆଇ ଦିଆଗଲା । ଏହି ଔଷଧ କେତେ କାମ କରୁଥିଲା ତାହା ଜାଣିବା ପାଇଁ ପ୍ରଥମେ କୁକୁରକୁ ଦିଆଯାଇଥିଲା । ଗୋଟିଏ ମୁହୂର୍ତ୍ତରେ ବ୍ଲୋଡି ଆଖି ବୁଜିଥିଲା । ଏପ୍ରିଲ ୩୦ ତାରିଖ ସକାଳ ପ୍ରାୟ ୧୦ଟା ୩୦ରେ ହିଟଲରଙ୍କର ଜେନରାଲ ହେଲମୁଥ ବିଡଲିଂଙ୍କ ସହ ସାକ୍ଷାତ ହୋଇଥିଲା । ସେ କହିଲେ, ଅନ୍ତିମ ସମୟ ପାଖେଇ ଆସିଲାଣି । ହିଟଲର ତାଙ୍କୁ ସଫା ସଫା କହିଥିଲେ ସେ ଆତ୍ମସମର୍ପଣ କରିବେ ନାହିଁ ।

ଏପ୍ରିଲ ୩୦ ତାରିଖ ଅପରାହ୍ନ ୨ଟା । ନିଜ ପ୍ରେମିକା ଇବା ବ୍ରାଉନ, ଟ୍ରଡଲ ଜୁଂଜ ଏବଂ ଅନ୍ୟ ସଚିବଙ୍କ ସହ ହିଟଲର ବଙ୍କରରେ ମଧ୍ୟାହ୍ନ ଭୋଜନଞ୍ଚ କରିଥିଲେ । ସେ ସମସ୍ତଙ୍କୁ କହିଥିଲେ, ଯଦି ସେମାନେ ଚାହିଁବେ ତେବେ ସେମାନଙ୍କୁ ସାଇନାଇଡ ବଟିକା ଦେଇପାରିବେ । ସେହିଦିନ ଅପରାହ୍ନ ୩ଟା ୩୦ । ଗୁଳି ଫୁଟିବାର ଶବ୍ଦ ଶୁଭିଲା । ଯେତେବେଳେ ହିଟଲରଙ୍କ ଘରର କବାଟ ଖୋଲିଲା, ସେ ନିଜକୁ ଗୁଳି ମାରିଦେଲେ । ଇବା ବ୍ରାଉନ ନିଜେ ସାଇନାଇଡ ଖାଇ ଆତ୍ମହତ୍ୟା କରିଥିଲେ । ମେ’ ଏକ ତାରିଖ ଜର୍ମାନୀ ଏବଂ ଦୁନିଆ ସବୁ ଖବର କାଗଜରେ ପ୍ରକାଶ ପାଇଥିଲା-ହିଟଲର ମୃତ । ଏହା ସହିତ ଦୁନିଆର ଆତଙ୍କ ଏବଂ ଅମାନବିକତାର କଳଙ୍କିତ ଏକ ଅଧ୍ୟାୟ ଶେଷ ହୋଇଗଲା ।

Other Stories