କମିଲା ସୁନା ଦର, ରେକର୍ଡ ସ୍ତରରୁ ୧୦ ହଜାର ଟଙ୍କା ଶସ୍ତା

  • କମିଲା ସୁନା ଓ ରୂପା ଦର
  • ଅଲ୍‌ ଟାଇମ୍‌ ରେକର୍ଡଠୁ ପାଖାପାଖି ୧୦ ହଜାର ଟଙ୍କା ଶସ୍ତା ହୋଇଛି ସୁନା

ନୂଆଦିଲ୍ଲୀ: ଆପଣ ସୁନା କିଣିବା ପାଇଁ ଚାହୁଁଛନ୍ତି କି ? ତା’ହାଲେ ଆପଣଙ୍କ ପାଇଁ ଏକ ଭଲ ଖବର। ଦୁଇ ଦିନ ଧରି ସୁନା ଦର ବଢ଼ିବା ପରେ ଆଜି ଭାରତୀୟ ସରାଫା ବଜାରରେ ସୁନା ଦର ହ୍ରାସ ପାଇଛି। Multi Commodity Exchange(MCX)ରେ ଆଜି ସକାଳେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି। ଏହାସହ ରୂପା ମଧ୍ୟ ଶସ୍ତା ହୋଇଛି।

ଆଜି ସକାଳେ MCXରେ ସୁନା ୦.୫% ହ୍ରାସ ପାଇ ୪୬,୭୦୪ ଟଙ୍କା ପ୍ରତି ୧୦ ଗ୍ରାମକୁ ହୋଇଥିବା ବେଳେ ରୂପା ୦.୨୪% ହ୍ରାସ ପାଇ ପ୍ରତି କିଲୋକୁ ୬୮,୪୭୦ ଟଙ୍କା ଥିଲା।

ଯଦି ଆମେ ଦେଖିବା, ସୁନା ଏହାର ଅଲ୍‌ ଟାଇମ୍‌ ରେକର୍ଡଠୁ ପାଖାପାଖି ୧୦ ହଜାର ଟଙ୍କା ଶସ୍ତା ହୋଇ ସାରିଛି। ୨୦୨୦ ଅଗଷ୍ଟରେ ୧୦ ଗ୍ରାମ ସୁନା ଦର ୫୬,୧୯୧ ଟଙ୍କାରେ ପହଞ୍ଚିଥିଲା। ଯାହାକି ଅଲ୍‌ ଟାଇମ୍‌ ରେକର୍ଡ ଛୁଇଁ ଥିଲା।

ଏକ୍ସପର୍ଟଙ୍କ କହିବା ଅନୁସାରେ, ଆଗାମୀ ଦିନରେ MCXରେ ପ୍ରତି ୧୦ ଗ୍ରାମକୁ ସୁନା ୪୮,୦୦୦ ଟଙ୍କା ଉପରେ ରହିବ ବୋଲି ଅନୁମାନ କରାଯାଉଛି। ସେହିପରି ରୂପା ୭୨,୦୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି।

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୫,୧୭୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୭,୫୦୦ ଟଙ୍କା ରହିଛି। ଗତକାଲି ସୁନା ପ୍ରତି ୧୦ ଗ୍ରାମକୁ ୪୫,୪୮୦ ରୂପା ପ୍ରତି କିଲୋକୁ ୬୮,୬୦୦ ଟଙ୍କା ଥିଲା।

You might also like