ସ୍ୱାମୀଙ୍କ ଦୀର୍ଘଜୀବନ କାମନା କରି କରବାଚୌଥ କଲେ ତିନି ପତ୍ନୀ

ଚିତ୍ରକୁଟ: ସ୍ୱାମୀଙ୍କ ଦୀର୍ଘଜୀବନ ଏବଂ ମଙ୍ଗଳକାମନା କରି ପତ୍ନୀ କରବାଚୌଥ କରିଥାନ୍ତି।  ଉତ୍ତରପ୍ରଦେଶ ଚିତ୍ରକୂଟ ଜିଲ୍ଲାର କ୍ରିଷ୍ଣାଙ୍କ ପାଇଁ କିନ୍ତୁ କରବାଚୌଥ ଥିଲା ନିଆରା। କାରଣ ଜଣେ ନୁହେଁ, ତିନି ତିନି ଜଣେ ପତ୍ନୀ ତାଙ୍କର ଦୀର୍ଘଜୀବନ କାମନା କରି ବ୍ରତ ପାଳନ କରୁଛନ୍ତି। ତିନି ପତ୍ନୀ ଏକାଠି ପୂଜା କରୁଛନ୍ତି। ଏକାଠି ଚାନ୍ଦ ଦେଖିବା ପରେ ବ୍ରତ ଭାଙ୍ଗିଛନ୍ତି। ତେବେ ପ୍ରଶ୍ନ ଉଠେ, ଗୋଟିଏ ଘରେ ତିନି ତିନି ଜଣ ପତ୍ନୀ  ବର୍ଷେ ନୁହେଁ ୨ ବର୍ଷ ନୁହେଁ, ଦୀର୍ଘ ୧୨ବର୍ଷ ଧରି ଏକାଠି ଚଳୁଛନ୍ତି କେମିତି ?

ପ୍ରକୃତ କଥା ହେଲା,  କ୍ରିଷ୍ଣାଙ୍କର ତିନି ପତ୍ନୀ ଶୋଭା, ରିନା ଏବଂ ପିଙ୍କି ତିନି ଭଉଣୀ। ୧୨ ବର୍ଷ ତଳେ ଗୋଟିଏ ମଣ୍ଡପରେ ବିବାହ କରିଥିଲେ। ତିନି ପତ୍ନୀଙ୍କର ୨ଟି ଲେଖାଏ ସନ୍ତାନ ଅଛନ୍ତି । ପତ୍ନୀ ଓ ପିଲାମାନଙ୍କ ସହ କ୍ରିଷ୍ଣା କାଂଶୀରାମ କଲୋନୀରେ ଗୋଟିଏ ଘରେ ରହୁଛନ୍ତି।

ତେବେ କେଉଁ ପରିସ୍ଥିତିରେ ପଡି ତିନି ଭଉଣୀ ଜଣଙ୍କୁ ସ୍ୱାମୀ ରୂପେ ବରିଲେ ତାହା ଖୋଲି କହିବାକୁ କହି ଚାହୁଁ ନାହାନ୍ତି। ତେବେ ଜଣେ ପରିବାର ସଦସ୍ୟ କହିଛନ୍ତି, ତିନି ଭଉଣୀ ମିଳିମିଶି ଚଳୁଛନ୍ତି ଏବଂ ସେମାନଙ୍କୁ ନେଇ କୌଣସି ପାରିବାରିକ ସମସ୍ୟା ସୃଷ୍ଟି ହୁଏ ନାହିଁ।

ଏହିପରି ତିନି ଭଉଣୀଙ୍କ ୬ ସନ୍ତାନଙ୍କ ମଧ୍ୟରେ ବି କୌଣସି ଭିନ୍ନତା ଦେଖିବାକୁ ମିଳେନାହିଁ। ପରେ କଣ ହେବ ଯଦିଓ କେହି ଜାଣି ନାହାନ୍ତି । ତେବେ ୧୨ ବର୍ଷ ଭିତରେ ତିନି ଭଉଣୀ ତିନି ସଉତୁଣୀ ହୋଇଥିଲେ ହେଁ ସେମାନଙ୍କ ମଧ୍ୟରେ କେବେ କୌଣସି ମତାନ୍ତର ବା ମନାନ୍ତର କେହି ଦେଖି ନାହାନ୍ତି।

ଆହୁରି ପଢ଼ନ୍ତୁ

ପରଲୋକରେ ଭାରତର ସଫ୍ଟୱେୟର ଇଣ୍ଡଷ୍ଟ୍ରୀ ଜନକ ଏଫ୍‌ସି କୋହଲି

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

ଆଜି ଭାରତ ବନ୍ଦ: ସକାଳୁ ସକାଳୁ ପିକେଟିଂ, ରାସ୍ତାରୋକ

You might also like