ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଟଳିଲେ ୩ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁର ନଗରୋଟା ସ୍ଥିତ ଜମ୍ମୁ-ଶ୍ରୀନଗର ନ୍ୟାସ୍‌ନାଲ୍‌ ହାଇୱେରେ ଥିବା ଏକ ଟୋଲ୍‌ ପ୍ଲାଜା ନିକଟରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆଜି ସକାଳେ ଏହି ଗୁଳି ବିନିମୟ ହୋଇଥିଲା।

ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ଜଣେ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ଏକ ଟ୍ରକ୍‌ରେ ଆତଙ୍କବାଦୀମାନେ ଯାଉଥିବା ବେଳେ ପୁଲିସ୍ ଟିମ୍‌ ଚେକିଂ ପାଇଁ ଗାଡ଼ିକୁ ଅଟକାଇଥିଲେ। ଏହି ଆତଙ୍କବାଦୀମାନେ ପୁଲିସ୍‌ ଉପରକୁ ଗୁଳି ଚଳାଇଥିଲେ। ଯାହାର ପାଲଟା ଜବାବରେ ପୁଲିସ୍‌ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ଆତଙ୍କବାଦୀମାନେ ଶ୍ରୀନଗର ଅଭିମୁଖେ ଯାଉଥିଲେ ବୋଲି ସୂଚନା ମିଳିଛି।

ଏହି ଘଟଣା ପରେ କମ୍ବିଂ ଅପରେସନ୍‌ ଆରମ୍ଭ ହୋଇଛି। କିଛି ସମୟ ପାଇଁ ଏହି ହାଇୱେକୁ ସିଲ୍‌ କରାଯାଇଛି। ଏହାସହ ଜମ୍ମୁରୁ ଶ୍ରୀନଗର ଅଭିମୁଖେ ଆସୁଥିବା ସମସ୍ତ ଗାଡ଼ିକୁ ଯାଞ୍ଚ କରାଯାଉଛି। ତେବେ କେଉଁ ଆତଙ୍କବାଦୀ ସଂଗଠନ ଏହା ପଛରେ ରହିଛି ସେ ସମ୍ପର୍କରେ ସୂଚନା ମିଳିପାରିନାହିଁ।

You might also like