ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ପୁଣି ଏକ ସଫଳତା । ଏନକାଉଣ୍ଟରରେ ନିହତ ହୋଇଛନ୍ତି ୩ ଆତଙ୍କୀ । ଆଜି ସକାଳୁ ଅନନ୍ତନାଗ ଖୁଲଚୋହାରରେ ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ସେନା, ସିଆରପିଏଫ୍ ଓ ପୋଲିସ ପକ୍ଷରୁ ମିଳିତ ଅପରେସନ ହୋଇଥିଲା ।

ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ତିନି ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏବେ ବି ସେହି ସ୍ଥାନରେ ଗୁଳିବିନିମୟ ଜାରି ରହିଛି । ପୁରା ଅଂଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ କରାଯାଉଛି । ଘଟଣା ସ୍ଥଳରୁ ଗୋଟିଏ ଏକେ ୪୭ ବନ୍ଧୁକ ଓ ୨ଟି ପିସ୍ତଲ ଜବତ ହୋଇଥିବା ସୂଚନା ଦେଇଛି ସେନା।

ତେବେ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇ ନାହିଁ।

ସୂଚନାଥାଉ କି,  ଜୁନ ୨୬ରେ ପୁଲୱାମା ଅଂଚଳରେ ଏନକାଉଣ୍ଟରରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା।

You might also like