ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ୩ ମୃତ, ୧୦୦୦ ଅସୁସ୍ଥ

ବିଶାଖାପଟନମ୍‌: ଆନ୍ଧ୍ର ପ୍ରଦେଶ ବିଶାଖାପଟନମ୍‌ ସ୍ଥିତ ଏକ ପ୍ଲାଣ୍ଟରେ ହଠାତ୍‌ ବିଷାକ୍ତ ଗ୍ୟାସ୍‌ ଲିକ୍‌  ହୋଇଛି। ଏହି ଗ୍ୟାସ୍‌ ପ୍ରଭାବରେ ଜଣେ ଶିଶୁ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି। ୧୦୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଗ୍ୟାସ ଯୋଗୁ ଲୋକଙ୍କର ଆଖି ପୋଡ଼ିବା, ମୁଣ୍ଡ ବିନ୍ଧିବା ସହ ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖା ଦେଉଛି।

ଘଟଣାସ୍ଥଳରେ ଏନଡିଆରଏଫ ଏବଂ ଏସଡିଆରଏଫ ଟିମ୍‌ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପ୍ଲାଣ୍ଟ ଭିତରେ ଥିବା ୧୦୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡ଼ିଛନ୍ତି।

୧୯୬୧ ମସିହାରେ ହିନ୍ଦୁସ୍ତାନ ପଲମର ନାମକ ଏହି କମ୍ପାନୀ ସ୍ଥାପିତ ହୋଇଥିଲା। ୧୯୯୭ରେ ସାଉଥ କୋରିଆର ଏଲ୍‌ଜି କେମିକାଲ ଏହାକୁ ନେଇଯିବା ପରେ ଏହାର ନାମ ଏଲ୍‌ଜି ପଲିମର ରଖାଯାଇଥିଲା। ଏହି ପ୍ଲାଣ୍ଟରେ ପ୍ଲାଷ୍ଟିକ୍‌ ପ୍ରସ୍ତୁତ ହେଉଥିଲା।

 

You might also like