କେନ୍ଦ୍ର ମନ୍ତ୍ରୀ ବୋଲି ଗାଡ଼ି ଯାଞ୍ଚ ନ କରିବା ମହଙ୍ଗା ପଡ଼ିଲା, ନିଲମ୍ୱିତ ହେଲେ ୩ ପୁଲିସ

ପାଟନା: କେନ୍ଦ୍ର ସ୍ୱାସ୍ଥ୍ୟ ରାଜ୍ୟମନ୍ତ୍ରୀ ଅଶ୍ୱୀନୀ ଚୌବେଙ୍କ କାର୍‌ ଯାଞ୍ଚ ନକରିବାରୁ ଗତକାଲି ନିଲମ୍ୱିତ ହୋଇଛନ୍ତି ବିହାରର ୩ ପୁଲିସ୍। ଅଶ୍ୱିନୀ ଚୈବେଙ୍କ ପୁଅ ଅରଜିତ ଚୌବେ ତାଙ୍କ ଜେଜେ ମାଆ ଏବଂ ମା’ଙ୍କୁ ନେଇ କାର୍‌ରେ ଯାଉଥିଲେ। ଅରଜିତଙ୍କ କାର୍‌ରେ ଟିଣ୍ଟେଡ(ରଙ୍ଗୀନ) କାଚ ଲାଗିଥିବାରୁ ଗାଡ଼ି ଚେକିଂ ଦାୟିତ୍ୱରେ ଥିବା ୩ ପୁଲିସ୍ ଅଧିକାରୀ କାର୍‌ର କାଗଜପତ୍ର ଦେଖାଇବାକୁ କହିଥିଲେ। ଏହାପରେ ମନ୍ତ୍ରୀଙ୍କ ପୁଅ କାଗଜପତ୍ର ନଦେଖାଇ ଡ୍ରାଇଭିଂ କରି ପଳାଇଥିଲେ ବୋଲି ସୂଚନା ରହିଛି।

ଏହାପରେ ପାଟନା ପୁଲିସ୍ କମିଶନର ଆନନ୍ଦ କିଶୋରଙ୍କ ନିର୍ଦ୍ଦେଶ କ୍ରମେ ଟ୍ରାଫିକ୍ ଏସଏସପି ସବ୍‌- ଇନିସପେକ୍ଟର ଦେବପପାଳ ପାଶ୍ୱାନ୍ ଏବଂ କନଷ୍ଟେବଲ ଦିଲ୍ଲୀପ ଚନ୍ଦ୍ର ସିଂହ ଏବଂ ପପୁ କୁମାରଙ୍କୁ ନିଲମ୍ୱିତ କରିଛନ୍ତି।

ସୂଚନାଯୋଗ୍ୟ, ଯେଉଁ କାର୍‌ରେ ରଙ୍ଗୀନ କାଚ( ଟିଣ୍ଟେଡ କାଚ) ଲାଗିଥିବ ସେହି କାର୍‌ର କାଗଜପତ୍ର ଯାଞ୍ଚ କରିବା ସହିତ ଜୋରିମାନା ଆଦାୟ କରିବା ପାଇଁ ପାଟନା ପୁଲିସ କମିଶନର ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ତିନି ପୁଲିସ କର୍ମଚାରୀ ପାଟନା ପୁଲିସ କମିଶନରଙ୍କ ନିର୍ଦ୍ଦେଶନାମା ପାଳନ କରିବାରେ ବିଫଳ ହୋଇଥିଲେ।

ସେପ୍ଟେମ୍ୱର ପହିଲାରୁ ନୂଆ ମୋଟର ଭେଇକିଲ୍ ଆକ୍ଟ ଲାଗୁ ହୋଇଛି। ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନେ ବଡ଼ ଆକାରର ତଣ୍ଡ ଗଣୁଛନ୍ତି।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like