ଏନ୍‌କାଉଣ୍ଟର୍‌ରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁକାଶ୍ମୀରରେ ସେନା ଲଗାତର ଆତଙ୍କବାଦୀ ଦମନ ଅଭିଯାନ ଚଳାଇଛି। ଆଜି ପୁଣି ୩ ଆତଙ୍କବାଦୀକୁ ଏନ୍‌କାଉଣ୍ଟର କରିଛି ସେନା। ପୁଲମାୱାମା ଜିଲ୍ଲା ତ୍ରାଲର ଚିୱା ଉଲ୍ଲାର ଅଞ୍ଚଳରେ ଏହି ଏନ୍‌କାଉଣ୍ଟର ହୋଇଛି।

ଗୁରବାର ସନ୍ଧ୍ୟାରୁ ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇ ଆଜି ସକାଳ ପର୍ଯ୍ୟନ୍ତ ଚାଲିଥିଲା। ଗୁରବାର ରାତିରେ ଫାଇରିଂ ବନ୍ଦ ରହିଥିଲା। ଏହି ଗୁଳିବିନିମୟରେ ୩ ଆତଙ୍କବାଦୀ ନିହତ ହୋଇଥିବା ପୁଲିସ ସୂତ୍ରରୁ ଖବର ମିଳିଛି। ଏଥିରେ ଦୁଇ ଯବାନ ମଧ୍ୟ ଆହତ ହୋଇଛନ୍ତି। ଏହି ୩ ଆତଙ୍କବାଦୀ ସ୍ଥାନୀୟ ନାଗରିକ ଓ ସେମାନେ ସମସ୍ତେ ତ୍ରାଲ୍ ଅଞ୍ଚଳର ବୋଲି ପୁଲିସ କହିଛି।

ଉକ୍ତ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇବା ପରେ ଜାମ୍ମୁକାଶ୍ମୀର ପୁଲିସ ଓ ୪୨ ରାଷ୍ଟ୍ରୀୟ ରାଇଫଲ ଏବଂ ସିଆର୍‌ପିଏଫ୍‌ ଯବାନଙ୍କ ମିଳିତ ଉଦ୍ୟମରେ କର୍ଡନ କରି ସର୍ଚ୍ଚ ଅପରେସନ କରାଯାଇଥିଲା। ଉକ୍ତ ସ୍ଥାନରେ ପହଞ୍ଚବା ପରେ ଆତଙ୍କବାଦୀମାନେ ସେନା ଉପରକୁ ଗୁଳି ଚଳାଇଥିଲେ। ଏହାପରେ ସେନାର ଯବାବୀ ଆକ୍ରମଣରେ ୩ ଆତଙ୍କବାଦୀ ନିହତ ହୋଇଥିଲେ।

ଏହାକୁ ମଶାଇ କେବଳ ଜୁନ୍‌ ମାସରେ ଦକ୍ଷିଣକାଶ୍ମୀରୀ ଅଞ୍ଚଳରେ ୧୨ ଥର ଏନ୍‌କାଉଣ୍ଟର କଲାଣି ସେନା। ଏଥିରେ ୩୩ ଆତଙ୍କବାଦୀ ନିହତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

କମିଲା ସୁନା ଓ ରୂପା ଦର

You might also like