ଜମ୍ମୁ ଓ କଶ୍ମୀରରେ ପାକିସ୍ତାନ ପକ୍ଷରୁ ଗୁଳି ମାଡ଼: ଟଳି ପଡ଼ିଲେ ଗୋଟିଏ ପରିବାରର ୩ ଜଣ

ଗତ ୮ ଦିନ ହେଲା ପାକିସ୍ତାନ ଲଗାତର କରୁଛି ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ପୁଞ୍ଚ ଜିଲ୍ଲା ସୀମାରେ ପାକିସ୍ତାନ ପକ୍ଷରୁ ଗୁଳି ମାଡ଼ ଯୋଗୁ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଗୁଳିମାଡ଼ରେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନ ହେଲେ ରୁବାନା କୋସର ତାଙ୍କ ପୁଅ ଫଜନ ଏବଂ ୯ ମାସର ଶିଶୁ କନ୍ୟା ଶବନମ।

ସମୀବାର୍ତ୍ତୀ ଗାଁକୁ ଟାର୍ଗେଟ କରି ପାକିସ୍ତାନୀ ସେନା ପକ୍ଷରୁ ଗୁଳି ଓ ବୋମାମାଡ଼ କରାଯାଇଥିଲା। ଏଥିରେ ସାଲୋଟ୍ରି ଗାଁର ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ପୂର୍ବରୁ ଗତକାଲି ସକାଳେ ପୁଞ୍ଚର ମାନକୋଟ ଅଞ୍ଚଳରେ ମଧ୍ୟ ଗୁଳି ମାଡ଼ ଯୋଗୁ ଜଣେ ମହିଳା ଆହତ ହୋଇଥିଲେ । ସେହିପରି ଭାରତ ସୀମାରେ ଥିବା କ୍ରିଷ୍ଣାଘାଟିରେ ମଧ୍ୟ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି।

ଗତ ୮ ଦିନ ହେଲା ପାକିସ୍ତାନୀ ସେନା ପକ୍ଷରୁ ଲଗାତର ଅସ୍ତ୍ରବିରତି ଉଲ୍ଲଂଘନ ହେଉଛି। ଗୋଟିଏ ସପ୍ତାହ ଭିତରେ ପାକିସ୍ତାନ ୬୦ ଥର ଅସ୍ତ୍ର ବିରତି ଉଲଂଘନ କରିଛି।

You might also like