ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ୩ ଯୁବକ ଗିରଫ; ୧୦୦ କୋଟି ଟଙ୍କାର ହେରୋଇନ୍ ଜବତ

ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀରୁ ଆଜି ଚମାଇ ଦେବା ଭଳି ଖବର ଆସିଛି। କୋଟିଏ ନୁହେଁ କି ଦୁଇ କୋଟି ନୁହେଁ ଏକାଥରକେ ୧୦୦ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି ପୁଲିସ। ଖବର ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ।

ଆତଙ୍କବାଦୀଙ୍କୁ ସହଯୋଗ କରିବା ଅଭିଯୋଗରେ ୩ ଗିରଫ। ଜାମ୍ମୁ ଓ କାଶ୍ମୀର ହଣ୍ଡଓ୍ୱାରା ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ଠାରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଓ ନଗଦ ୧ କୋଟି ୩୪ ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି ପୁଲିସ।

ସବୁଠାରୁ ବଡ଼କଥା ହେଲା ୨୧ କେଜି ହେରୋଇନ୍ ମଧ୍ୟ ଜବତ ହୋଇଛି। ଯାହାର ଆମନୁମାନିକ ମୂଲ୍ୟ ପ୍ରାୟ ଶହେ କୋଟି ଟଙ୍କା ହେବ। ଗିରଫ ୩ ଜଣ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାକୁ ସହଯୋଗ କରୁଥିଲେ ବୋଲି ଜଣାପଡ଼ିଛି।

ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀମାନଙ୍କୁ ଏମାନେ ଆର୍ଥିକ ସହାୟତା ଯୋଗାଇ ଦେଉଥିଲେ। ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଥିଲେ। ଗିରଫ ଯୁବକମାନେ ବଡ଼ ଧରଣର ଡ୍ରଗ୍ସ କାରବାର ରାକେଟ୍‌ରେ ମଧ୍ୟ ସଂପୃକ୍ତ ଥିଲେ ବୋଲି ପୋଲିସ କହିଛି।

You might also like