କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିବ ନାହିଁ ବର୍ଦ୍ଧିତ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିବ ନାହିଁ ବର୍ଦ୍ଧିତ ମହଙ୍ଗା ଭତ୍ତା(DA)। ସେହିପରି କେନ୍ଦ୍ର ସରକାରଙ୍କ ପେନ୍‌ସନ୍‌ଧାରୀଙ୍କୁ ମଧ୍ୟ ବର୍ଦ୍ଧିତ ଡିୟରନେସ୍ ରିଲିଫ୍ ବା DR ମଧ୍ୟ ମିଳିବ ନାହିଁ। ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି। 

ମହାମାରୀ କରୋନା ଯୋଗୁ ଦେଶର ଅର୍ଥନୀତି ବିଗୁଡି ଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର।

ଗତ ମାର୍ଚ୍ଚ ମାସରେ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଧାରୀଙ୍କ DA ଓ DR ସରକାର ୪ ପ୍ରତିଶତ ବଢାଇଥିଲେ ସରକାର। ପିଛିଲା ଭାବେ ଏହା ଜାନୁଆରୀ ପହିଲାରୁ ଲାଗୁ ହୋଇଥାଆନ୍ତା, ମାତ୍ର କରୋନା ସଂକଟ ଲାଗି ବର୍ତ୍ତମାନ ଲାଗି ଏହାକୁ ବାତିଲ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଜାନୁଆରୀ ୧ ତାରିଖ ୨୦ରୁ ୨୦୨୧ ଜୁନ ୩୦ ଯାଏ ମହଙ୍ଗା ଭତ୍ତା ବାବଦରେ ବାକି ରହିଥିବା କୌଣସି ଅର୍ଥ ପ୍ରଦାନ କରାଯିବ ନାହିଁ। ୨୦୨୧ ଜୁଲାଇ ୧ରେ ମହଙ୍ଗା ଭତ୍ତା ବୃଦ୍ଧି ସମ୍ପର୍କରେ ସମୀକ୍ଷା କରାଯିବ, ଏହାପରେ ମହଙ୍ଗା ଭତ୍ତା କେତେ ବଢ଼ିବ ତାହା ଉପରେ ନିଷ୍ପତ୍ତି ନିଆଯିବ

ସରକାରଙ୍କ ଏହି ନିଷ୍ପତ୍ତି ପରେ ପାଖାପାଖି ୪୮.୩୪ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ୬୫.୨୬ ଲକ୍ଷ ପେନ୍‌ସନ୍‌ଧାରୀଙ୍କୁ ଝଟକା ଲାଗିଥିବା କୁହାଯାଉଛି

ଆହୁରି ପଢ଼ନ୍ତୁ

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

You might also like