ଡାକ୍ତରଖାନା ପରିସରରେ ମହିଳାଙ୍କୁ ଗଣ ଦୁଷ୍କର୍ମ

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଡାକ୍ତରଖାନା ପରିସରରେ ଥିବା ପାର୍କିଂ ସ୍ଥଳ ନିକଟରେ ଜଣେ ୩୦ ବର୍ଷୀୟ ମହିଳାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଛି।

ଅକ୍ଟୋବର ୩୦ ତାରିଖ ମଧ୍ୟରାତ୍ରିରେ କିଛି ଗୁଣ୍ଡା ଶ୍ରେଣୀର ବ୍ୟକ୍ତି ଏବଂ ସେହି ହସ୍ପିଟାଲର ଜଣେ ସୁରକ୍ଷାକର୍ମୀ ମିଳିତ ଭାବେ ପୀଡ଼ିତା ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ। ପରେ ସେମାନେ ପାର୍କିଙ୍ଗ ସ୍ଥଳକୁ ନେଇଯାଇ ଗଣ ଦୁଷ୍କର୍ମ କରିଥିଲେ।

ମହିଳାଙ୍କ କହିବା ଅନୁଯାୟୀ, ନୂଆଦିଲ୍ଲୀର ରୋହିନି ଅଞ୍ଚଳରେ ଥିବା ବାବା ସାହେବ ଭିମ୍‌ ରାଓ ଆମ୍ୱେଦକର ହସ୍ପିଟାଲକୁ ଜଣେ ସମ୍ପର୍କୀୟ ରୋଗୀଙ୍କୁ ସେ ଦେଖା କରିବାକୁ ଯାଇଥିଲେ। ସେଠାରେ ସେ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଉଦ୍ଧିଷ୍ଟ ସେଲ୍ଟର ହୋମ୍‌ରେ ରହିଥିଲେ। ସେହିଦିନ ମଧ୍ୟରାତ୍ରିରେ ତାଙ୍କ ସହ ଏପରି ଘଟଣା ଘଟିଥିଲା।

ତେବେ ମହିଳାଙ୍କ ଅଭିଯୋଗ କ୍ରମେ ସ୍ଥାନୀୟ ପୋଲିସ୍‌ ଏନେଇ ଏକ ମାମଲା ରୁଜୁ କରି ସୁରକ୍ଷାକର୍ମୀଙ୍କ ସହ ଦୁଇଜଣ ଗୁଣ୍ଡାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

You might also like