୭୦ ଫୁଟର ବୋର୍‌ୱେଲରୁ ଅକ୍ଷତ ଉଦ୍ଧାର ହେଲା ୨ ବର୍ଷର ଶିଶୁ

ମଧ୍ୟପ୍ରଦେଶ : ରଖେ ହରି ତ ମାରେ କିଏ। ଆଜି ଏମିତି ଏକ ଉଦାହରଣ ସତ ପ୍ରମାଣିତ ହୋଇଛି। ମଧ୍ୟପ୍ରଦେଶରେ  ୭୦ ଫୁଟ ଗଭୀର ନଳକୂପରେ ଖସିପଡ଼ିଥିବା ୨ ବର୍ଷର ଶିଶୁକୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ଆଜି ସକାଳେ ମଧ୍ୟପ୍ରଦେଶର ସଂଗ୍ରାଉଲିର କେରହର ଗାଁରେ ଜଣେ ୨ ବର୍ଷର ଶିଶୁ ୭୦ଫୁଟ ଗଭୀର ନଳକୂପରେ ଖସିପଡ଼ିଥିଲା। ଖବର ମିଳିବା ପରେ ଜିଲ୍ଲା ପ୍ରଶାସନ ଓ ପୁଲିସ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

ଜେସିବି ସହାୟତାରେ ବୋରୱେଲ୍‌ର ଗୋଟିଏ ପାର୍ଶ୍ୱ ଖୋଳାଯାଇ ପିଲାଟିକୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଇଥିଲା। ଯେଉଁଥିରେ ସଫଳ ହେଇଥିଲା ଜିଲ୍ଲା ପ୍ରଶାସନ।

ତେବେ କେଉଁ ପରିସ୍ଥିତିରେ ପିଲାଟି ବୋରୱେଲ୍‌ରେ ଖସିପଡ଼ିଥିଲା ତାହା ଜଣାପଡ଼ିନାହିଁ।

You might also like