ଆଜି ଗୋଟିଏ ଦିନରେ ଦୁଇ କରୋନା ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଗୋଟିଏ ଦିନରେ ଦେଶରେ କରୋନାରେ ଦୁଇ ଜଣଙ୍କ ମୃତ୍ୟୁ। ପାଟନା ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ୩୮ ବର୍ଷିୟ ଯୁବକ।

ଯୁବକଜଣକ ପୂର୍ବରୁ କିଡନୀ ରୋଗରେ ପୀଡ଼ିତ ଥିଲେ। ପରେ ତାଙ୍କ ଶରୀରରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ତାଙ୍କ ପାଟନା ଏମ୍ସରେ ଭର୍ତ୍ତି କରାଯାଇଥିଲା।

ଗତ ଦୁଇ ଦିନ ତଳେ ହିଁ ସେ କୋଲକାତାରୁ ଫେରିଥିଲେ। ଗତ ସପ୍ତାହରେ ସେ କତାର୍‌ ଫେରିବା ପରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।

ଏହାପୂର୍ବରୁ ଆଜି ସକାଳେ ମୁମ୍ବାଇରେ ଜଣେ ୬୩ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

ଏହାକୁ ମିଶାଇ ଭାରତରେ ଏବେ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଛି। ମୁମ୍ବାଇରେ ଦୁଇ ଜଣ, କର୍ଣ୍ଣାଟକ, ଦିଲ୍ଲୀ, ପଞ୍ଜାବରେ ଜଣେ ଲେଖାଏ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।

ସେପଟେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୧ରେ ପହଞ୍ଚିଛି। ଆଇସିଏମ୍ଆର ପକ୍ଷରୁ ଏହି ସୂଚନା ଦିଆଯାଇଛି।

You might also like