ଜେନୱା ଟିକାକୁ ଟ୍ରାଏଲ ଅନୁମତି

ନୂଆଦିଲ୍ଲୀ: ଜେନୱା ଟିକାକୁ ଟ୍ରାଏଲ ଅନୁମତି। ଭାରତରେ ପ୍ରସ୍ତୁତ ଆଉ ଏକ ଟିକାକୁ କ୍ଲିନିକାଲ ଟ୍ରାଏଲ ଅନୁମତି। ଏ ନେଇ ସୂଚନା ଦେଇଛନ୍ତି ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ ପଲ୍। ସେ କହିଛନ୍ତି ଯେ ଜେନୱା ଟିକା ସଂପୂର୍ଣ୍ଣ ସ୍ୱଦେଶୀ କଂପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଜେନୱା ଟିକାର କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ମିଳିଯାଇଛି। ଏହି ଟିକାର ବିଶେଷତ୍ୱ ହେଲା ଏହା ଅଳ୍ପ ଥଣ୍ଡାରେ ସଂରକ୍ଷିତ ରହିପାରିବ। ସାଧାରଣ ଫ୍ରିଜରରେ ଜେନୱା ଟିକା ସଂରକ୍ଷଣ ରଖାଯାଇପାରିବ। ଏବେ ଭାରତରେ ଜେନୱାକୁ ମିଶାଇ ୬ଟି ଟିକା ବିଭିନ୍ନ ଷ୍ଟେଜରେ ରହିଛନ୍ତି। କୋଭାକ୍ସିନ, କୋଭିସିଲଡ ଏବଂ ଜାଏଡସ କାଡିଲାର ଥାର୍ଡ ଫେଜ୍ ଚାଲିଛି। ଅନ୍ୟ ୩ଟି ଟିକା ମଧ୍ୟ ବିଭିନ୍ନ ଷ୍ଟେଜରେ ରହିଛନ୍ତି ବୋଲି ଡାକ୍ତର ପଲ୍ କହିଛନ୍ତି।

You might also like