ତାମିଲ୍‌ ନ୍ୟୁଜ୍‌ ଚ୍ୟାନେଲ୍‌ର ୨୭ କର୍ମଚାରୀଙ୍କୁ କରୋନା

ଚେନ୍ନାଇ: ଚେନ୍ନାଇ ସ୍ଥିତ ତାମିଲ ଚ୍ୟାନେଲ୍‌ରେ ୨୭ ଜଣ କର୍ମଚାରୀଙ୍କ ଠାରେ  କରୋନା ଭୂତାଣୁ ଚିହ୍ନଟ ହୋଇଛି। ତାମିଲ ନ୍ୟୁଜ୍ ଚ୍ୟାନେଲ୍ ସତିୟମ୍ ଟିଭିର ୨୭ ଜଣ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି।

ଏହି ସମସ୍ତ ଆକ୍ରାନ୍ତ ଡେସ୍କ ଏବଂ ରିପୋର୍ଟର ରହିଛନ୍ତି। ୨୪ ବର୍ଷିୟ ଜଣେ କର୍ମଚାରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ଅଫିସ୍‌ର ୯୪ ଜଣ କର୍ମଚରୀଙ୍କ କରୋନା ପରୀକ୍ଷା ହୋଇଥିଲା। ଯେଉଁଥିରୁ ୨୭ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି।
ଏହାପରେ ୩ ଜଣଙ୍କୁ ଛାଡ଼ି ବାକି ସମସ୍ତ କର୍ମଚାରୀଙ୍କୁ ହସ୍ପିଟାଲ୍ କ୍ୱାରେଣ୍ଟିନ୍‌କୁ ପଠାଯାଇଛି। କେବଳ ପିସିଆର୍‌ରେ ୩ ଜଣ କର୍ମଚାରୀ ହିଁ ରହିବେ ବୋଲି କୁହାଯାଇଛି। ଏହାସହ କରୋନା ଆକ୍ରାନ୍ତ ଆସିଥିବା କର୍ମଚାରୀଙ୍କ ଟ୍ରାଭେଲ ହିଷ୍ଟ୍ରି ଓ କଣ୍ଟାକ୍ ଟ୍ରେସିଂ କରାଯାଉଛି।

You might also like