କେରଳରେ ବନ୍ୟା ବିଭୀଷିକା

ଭୂସ୍ଖଳନରେ ୨୬ ଜଣଙ୍କ ମୃତ୍ୟୁ

ଥିରୁବନନ୍ତପୁରମ: କେରଳରେ ବିଭୀଷିକା ରଚିଛି ବନ୍ୟା । ପ୍ରବଳ ବର୍ଷାରେ ବେହାଲ ହୋଇପଡ଼ିଛି ଜନଜୀବନ, ଅସ୍ତବ୍ୟସ୍ତ ହୋଇଛି ଜୀବନଯାତ୍ରା। ସେପଟେ ପେରିୟାର ନଦୀରେ ବନ୍ୟା ଆସି ସ୍ଥିତି ଆହୁରି ସଂଗୀନ ହୋଇଛି। ଅନ୍ୟପଟେ ବର୍ଷା, ବନ୍ୟା ଓ ଭୂସ୍ଖଳନରେ ବିଭିନ୍ନ ସ୍ଥାନରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଇଦୁକି ଜିଲ୍ଲାରେ ସର୍ବାଧିକ ୧୧, ମଲ୍ଲାପୁରମରେ ୬, ଏର୍ଣ୍ଣାକୁଲମରେ ୩, କୋଝିକୋଡେରେ ୨ ଏବଂ ବାୟାନାଡରେ ଜଣେ ଲୋକ ପ୍ରାଣ ହରାଇଛନ୍ତି। ୪ ଜଣ ନଦୀରେ ଭାସି ନିଖୋଜ ହୋଇଯାଇଛନ୍ତି।

ପରିସ୍ଥିତିକୁ ଆଖିରେ ରଖି ସବୁ ଜିଲ୍ଲାରେ କଣ୍ଟ୍ରୋଲ୍‌ ରୁମ୍ ଖୋଲିଛି। ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଶିବିର ଖୋଲି ବନ୍ୟା ବିପନ୍ନଙ୍କୁ ସେଠାରେ ରଖାଯାଇଛି। ଲୋକଙ୍କୁ ଜଳମଗ୍ନ ଅଞ୍ଚଳରୁ ବାହାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ଏର୍ଣ୍ଣାକୁଲମର ଦୁଇଟି ସ୍ଥାନରେ ରିଲିଫ୍ କେନ୍ଦ୍ର ଖୋଲାଯାଇ ବନ୍ୟା ବିପନ୍ନଙ୍କୁ ରଖାଯାଇଛି। ଇଦୁକି ଡ୍ୟାମରେ ଜଳସ୍ତର ବିପଦ ସଂକେତ ଉପରେ ରହିଥିବାରୁ ଡ୍ୟାମର ଗୋଟିଏ ଗେଟ୍ ଆଂଶିକ ଭାବେ ଖୋଲାଯାଇଛି। ଡ୍ୟାମ୍‌ରେ ସେକେଣ୍ଡ ପ୍ରତି ୫୦ ହଜାର ଲିଟର ପାଣି ପ୍ରବାହିତ ହେଉଛି।  ପ୍ରବଳ ବର୍ଷାକୁ ନେଇ ଅଂଚଳରେ ରେଡ୍ ଆଲର୍ଟ ଜାରି କରାଯାଇଛି।

ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରାଯିବାପାଇଁ ୩ ସେନାର ଯବାନଙ୍କ ସହ ଏନ୍‌ଡିଆରଏଫ୍ ଟିମ ମଧ୍ୟ ମୁତୟନ ହୋଇଛନ୍ତି। ସେନା ଓ ବାୟୁସେନାର କର୍ମକର୍ତ୍ତା ଇଦୁକି ଓ ବାୟାନାଡାରେ ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି। ସହାୟତା ନେଇ କେନ୍ଦ୍ରକୁ ନିବେଦନ ପରେ ନୌସେନାର ସ୍ୱତନ୍ତ ଟିମ୍ ଏବଂ ସି କିଂଗ ହେଲିକପ୍ଟର ବାୟାନାଡରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ନିୟୋଜିତ କରାଯାଇଛି। ସେନାର ୨୦୦ ଯବାନ ଅୟାନକୁଲୁ, ଇଦୁକି, ବାୟାନାଡରେ ମୁତୟନ ହୋଇଥିବାବେଳେ କୋଝିକୋଡ୍ ଏବଂ ମଲ୍ଲାପୁରମରେ ୧୫୦ ଯବାନଙ୍କୁ ମୁତୟନ କରାଯାଇଛି। ବର୍ଷା ଓ ଭୂସ୍ଖଳନ ଯୋଗୁଁ ଇଦୁକୀ ଓ ବାୟାନାଡେରେ ପ୍ରବଳ କ୍ଷୟକ୍ଷତି ଘଟିଛି।  ବନ୍ୟା ପ୍ରଭାବିତଙ୍କ ସହାୟତା ଲାଗି ତାମିଲୁନାଡୁ କେରଳକୁ ୫ କୋଟି ଟଙ୍କା ସହାୟତା ଅର୍ଥ ପ୍ରଦାନ କରିଛି।

ଆହୁରି ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ମୁଁ ସନ୍ତୁଷ୍ଟ, ଏଥିପାଇଁ କାହାର ଧାରଣା ଦେବା ଆବଶ୍ୟକ ନାହିଁ: ହାଥରସ ପୀଡ଼ିତାଙ୍କ ବାପା

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୮ ହଜାର ପାର୍

ପୋଲିସ କର୍ମୀ ଅଟକାଉଥିବା ବେଳେ ଠେଲାପେଲାରେ ତଳେ ପଡ଼ିଗଲେ ରାହୁଲ ଗାନ୍ଧି

ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ; ୩ ଭାରତୀୟ ଯବାନ ସହିଦ

ଲକ୍‌ଡାଉନ୍ ବେଳେ ବୁକ୍‌ ହୋଇଥିବା ଟିକେଟ୍‌ର ପୂରା ଟଙ୍କା ଫେରସ୍ତ ପାଇବେ ଯାତ୍ରୀ

ମାରଣା ଷଣ୍ଢ କବଳରୁ ଜେଜେ ମା’ଙ୍କୁ ଉଦ୍ଧାର କଲା କୁନି ନାତି

ସାମ୍ନାକୁ ଆସିଲା ଆଉ ଏକ ଭାଇରସ୍‌: ଭାରତରେ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ଆଶଙ୍କା

ହାଥରସ ଗଣଦୁଷ୍କର୍ମ ମାମଲା; ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଉଛନ୍ତି ପ୍ରିୟଙ୍କା-ରାହୁଲ

ରିୟାଙ୍କ ଘରୁ ମିଳିଲା ଏମିତି ଜିନିଷ, ହୋଇପାରେ ୧୦ ବର୍ଷ ଜେଲ୍‌

ହାଥରସ୍‌ ଘଟଣାର ପୁନରାବୃତ୍ତି: ଦୁଷ୍କର୍ମ ପରେ ମରଣାନ୍ତକ ଆକ୍ରମଣ, ଆଖି ବୁଜିଲେ ଛାତ୍ରୀ

ପର୍ଯ୍ୟଟକଙ୍କୁ ଗାଳିଗୁଲଜ କରୁଥିଲେ ଶୁଆ, ନିଆଗଲା ଏମିତି କାର୍ଯ୍ୟାନୁଷ୍ଠାନ

ଅନଲକ୍-୫ ଗାଇଡ୍ ଲାଇନ୍: କ’ଣ ଖୋଲିବ କେଉଁ ସବୁ କଟକଣା ରହିବ ଜାଣନ୍ତୁ

You might also like