କରୋନା ମୁକାବିଲାରେ ମୋଦି ସରକାର ସଫଳ ତ ? କଣ କହୁଛି ସର୍ଭେ ରିପୋର୍ଟ ଜାଣନ୍ତୁ

ନୂଆଦିଲ୍ଲୀ: କରୋନାରେ ସବୁଠୁ ଅଧିକ ପ୍ରଭାବିତ ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତ ବର୍ତ୍ତମାନ ତୃତୀୟ ସ୍ତାନରେ ରହିଛି। କିନ୍ତୁ ଯେଉଁଭଳି ଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ତାକୁ ଦେଖିଲେ ଲାଗୁଛି ଭାରତ ଏହି ଘଟଣାରେ ଖୁବ୍‌ଶୀଘ୍ର ଶୀର୍ଷ ସ୍ତାନରେ ପହଞ୍ଚିବ। ତେବେ ଏସବୁରେ ପ୍ରଶ୍ନ ଉଠୁଛି, କେନ୍ଦ୍ରର ମୋଦି ସରକାର କରୋନା ମୁକାବିଲାରେ ସଫଳ ହୋଇଛନ୍ତି ତ ? ଏମିତିକ ପ୍ରସଙ୍ଗରେ ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆଟୁଡେ ମୁଡ୍‌ ଅଫ୍‌ ଦି ନେସନ୍‌ ନାଁରେ ଏକ ସର୍ଭେ କରିଥିଲା। ଏହି ସର୍ଭେ ରିପୋର୍ଟ ଅନୁସାରେ ଦେଶବାସୀ କେନ୍ଦ୍ର ସରକାରଙ୍କର କରୋନା ମୁକାବିଲା କାର୍ଯ୍ୟକୁ ବିଫଳ ବୋଲି କହିଛନ୍ତି।

କରୋନା ମୁକାବିଲାରେ କେନ୍ଦ୍ରର ମୋଦି ସରକାର ବିଫଳ ହୋଇଛନ୍ତି ବୋଲି ମୁଡ୍ ଅଫ୍‌ ଦି ନେସନ୍‌ର ଏକ ସର୍ଭେ ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି। ଏହି ସର୍ଭେରେ, କୋଭିଡ-୧୯କୁ ରୋକିବାରେ ମୋଦି ସରକାର ବିଫଳ ହୋଇଥିବା ୨୫ ପ୍ରତିଶତ ଲୋକେ ମତ ଦେଇଛନ୍ତି।

କରୋନା ଘଟଣାକୁ ଦେଖିଲେ, ଜାନୁଆରୀ ୩୦ ତାରିଖରେ ଭାରତରେ ପ୍ରଥମ କରୋନା ରୋଗୀ କେରଳର ଥ୍ରିସୁରରେ ଚିହ୍ନଟ ହୋଇଥିଲା। ଜଣେ ଉହାନ ଫେରନ୍ତା ଛାତ୍ରଙ୍କଠାରୁ ଏହି ଭୂତାଣୁ ଆସିଥିଲା। କିନ୍ତୁ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ପାର କରିସାରିଲାଣି। ଦିନକୁ ଦିନ କରୋନା ସଂଖ୍ୟା ବଢ଼ୁଥିବା ବେଳେ ମୋଦି ସରକାର କରୋନା ମୁକାବିଲାରେ ବିଫଳ ହୋଇଥିବା ଲୋକେ ମତ ଦେଇଛନ୍ତି।

ସେହିଭଳି କରୋନା ସମୟରେ ଅର୍ଥନୀତିକୁ ବଳ ଦେବାକୁ ମୋଦି ସରକାର ବିଫଳତା ବଖାଣିଛନ୍ତି ଲୋକେ। ମୁଡ୍ ଅଫ୍‌ ଦି ନେସନ୍‌ରେ ଦେଶର ଅର୍ଥନୀତି ସୁଧାରିବାକୁ ନେଇ ମଧ୍ୟ ସର୍ଭେ ହୋଇଥିଲା। ଏଥିରେ ମଧ୍ୟ ମୋଦି ସରକାର ଫେଲ୍‌ ହୋଇଥିବା ୨୫ ପ୍ରତିଶତ ଲୋକେ ମତ ଦେଇଛନ୍ତି।

ଦେଶରେ ବେକାରି ସମସ୍ୟ ହେଉଛି ସରକାରଙ୍କର ଦ୍ୱିତୀୟ ବଡ଼ ସମସ୍ୟା ବୋଲି ଏହି ମତଦାତାମାନେ ଅନୁଭବ କରିଛନ୍ତି। ଏକ ରିପୋର୍ଟ ଅନୁସାରେ, ବର୍ତ୍ତମାନ ଭାରତରେ ୧୨.୩ କୋଟି ଲୋକ ଚାକିରି ହରାଇଛନ୍ତି। ମେ ୩ ଶେଷ ସପ୍ତାହ ବେଳକୁ ଭାରତର ବେକାରୀ ହାର ୨୭.୧ରେ ପହଞ୍ଚିଛି। ତେଣୁ ବେକାରୀ ସମସ୍ୟାକୁ ରୋକିବାରେ ବି କେନ୍ଦ୍ର ସରକାର ବିଫଳ ହୋଇଥିବା ସର୍ଭେ ରିପୋର୍ଟ ପ୍ରକାଶ ପାଇଛି।

 

 

 

You might also like