୨୫ କରୋନା ପଜିଟିଭ୍ ଚିହ୍ନଟ ପରେ ଆଇଆଇଟି କ୍ୟାମ୍ପସ ହେଲା କଣ୍ଟେନେମଣ୍ଟ ଜୋନ‌

ଜୋଧପୁର:ରାଜସ୍ଥାନର ସବୁଠାରୁ ବଡ ସହର ଯୋଧପୁରରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଲୋକଙ୍କ ଚିନ୍ତା ବଢାଇ  ଦେଇଛି। ମଙ୍ଗଳବାର ପୁଣି ଏଇ ସହରରୁ ସବୁଠାରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛି। ଜୋଧପୁର ଆଇଆଇଟିରେ ଏକା ସାଙ୍ଗରେ ୨୫ ଜଣ ଛାତ୍ର ଏବଂ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ ଆଇଆଇଟି କ୍ୟାମ୍ପସରେ ହଇଚଇ ସୃଷ୍ଟି ହୋଇଛି। ଏହା ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷିତ କରି ଦିଆଯାଇଛି।

ଯୋଧପୁରରେ ଦ୍ରୁତଗତିରେ କରୋନା ସଂକ୍ରମଣ ମାଡି ଚାଲିଛି। ମଙ୍ଗଳବାର ଏକ ସୂଚନାରେ କୁହାଯାଇଛି, ସହରରେ ୧୪୧ ଜଣ ନୂଆ କରୋନା ପଜିଟିଭ ସାମ୍ନାକୁ ଆସିଛନ୍ତି। ୫୪୦ ନମୂନା ପରୀକ୍ଷା କରାଯାଇଥିଲା। ତା ମଧ୍ୟରୁ ୧୪୧ଟି ପଜିଟିଭ ଆସିଥିଲା। ଏଠାରେ ସଂକ୍ରମଣ ହାର ପୁଣି ଥରେ ୨୭%ରେ ପହଞ୍ଚିଗଲାଣି।

ତେବେ ଅଇଆଇଟିରୁ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବା ପରେ ଏ଼ଠିକାର ବ୍ଲାକ ଜି-୩କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ବ୍ଲାକ ଜି-୩ର କୌଣସି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ନିଜ ନିଜ ଫ୍ଲାଟରେ ରହିବାକୁ କୁହାଯାଇଛି। ଅନୁମତି ବିନା କେହି ବାହାରକୁ ବାହାରି ପାରିବେ ନାହିଁ ବୋଲି କୁହାଯାଇଛି।

ମୁଖ୍ୟ ଚିକିତ୍ସାଧିକାରୀଙ୍କ କହିବା ଅନୁଯାୟୀ, ସହରର ପ୍ରତି ଜୋନରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି। ଜିଲ୍ଲାରେ ଗତ ୩ ଦିନ ମଧ୍ୟରେ ୪୫୫ଟି ନୂଆ ମାମଲା ସାମ୍ନାକୁ ଆସିଛି।

You might also like