ଗଙ୍ଗାରାମ ହସ୍ପିଟାଲରେ ୨୪ ଘଣ୍ଟାରେ ୨୫ ମୃତ

 ଅକ୍ସିଜେନ୍ ପହଞ୍ଚିବା ପରେ ଟଳିଲା ବଡ଼ ବିପଦ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ସ୍ଥିତି ଏବେ ଭୟଙ୍କର । ସାରା ଦେଶରେ ବେକାବୁ ହେଉଛି କରୋନା ମହାମାରୀ । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଲୋକଙ୍କ ଜୀବନ ବଞ୍ଚାଇ‍କୁ ଲଗାତାର ପ୍ରୟାସ ଚଳାଇଛନ୍ତି । ଏସବୁ ସତ୍ତ୍ୱେ ରାଜଧାନୀ ଦିଲ୍ଲୀରୁ ଆସିଛି ଦୁଃଖଦ ଖବର । ଗଙ୍ଗାରାମ ହସ୍ପିଟାଳରେ ବିଗତ ୨୪ ଘଣ୍ଟାରେ ୨୫ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ତେବେ ଏଥି ମଧ୍ୟରେ  ଅକ୍ସିଜେନ୍ ଅଭାବରୁ ୬୦ ଜଣ ରୋଗୀଙ୍କ ଉପରେ ଥିବା ବିବପଦ ଟଳିଯାଇଛି ।

ସରକାରଙ୍କୁ ଗୁହାରୀ ଜଣାଇବା ପରେ ହସ୍ପିଟାଲରେ ସମୟ ପୂର୍ବରୁ ଅକ୍ସିଜେନ ଅଭାବକୁ ପୂରଣ କରି ଦିଆଯାଇଛି । ଫଳରେ ଆସନ୍ନ ବିପଦ ଟଳିଯାଇଛି । ୨ ଘଣ୍ଟା ମଧ୍ୟରେ ଅକ୍ସିଜେନ ଶେଷ ହୋଇଯିବ ବୋଲି ସୂଚନା ଦେଇଥିଲେ  ହସ୍ପିଟାଲ କର୍ତ୍ତୃପକ୍ଷ । ଡାକ୍ତରଖାନାରେ ଶହ ଶହ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଅମ୍ଳଜାନର ତୁରନ୍ତ ଆବଶ୍ୟକତା ଦର୍ଶାଇ କରୋନାର ଭୟଙ୍କର ପରିସ୍ଥିତିରେ ଜରୁରୀକାଳୀନ ବ୍ୟବସ୍ଥା କରିବାକୁ ଦାବି ହୋଇଛି କରାଯାଇଥିଲା ।

ସେହିପରି ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସା ଉପକରଣଗୁଡ଼ିକ ସଠିକ୍ ଭାବରେ କାମ କରୁନାହିଁ ବୋଲି ମଧ୍ୟ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି । ଭେଣ୍ଟିଲେଟର ଏବଂ ବାଇଲେଭେଲ ପଜିଟିଭ ଏୟାରୱେ ପ୍ରେସର(ବିପିଏପି) ଠିକରେ କାମ କରୁନାହିଁ। ଆଇସିୟୁ ଏବଂ ଜରୁରୀକାଳୀନ ଚିକିତ୍ସା ବିଭାଗରେ ମଧ୍ୟ ଭେଣ୍ଟିଲେଟରର ନଥିବା କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ତେବେ ଏହି ସବୁ ସମସ୍ୟାର ସମାଧାନ ସମ୍ପର୍କରେ ସରକାଙ୍କ ପକ୍ଷରୁ କୌଣସି ସଠିକ ସୂଚନା ମିଳିନାହିଁ ।

 

ସେପଟେ ମହାରାଷ୍ଟ୍ରରେ ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । କରୋନା ସଙ୍କଟ ମଧ୍ୟରେ ମହାରାଷ୍ଟ୍ରର ଗୋଟିଏ ପରେ ହସ୍ପିଟାଲରେ ଦୁର୍ଘଟଣା ଘଟୁଛି । ନାସିକର ଜାକିର ହୁସେନ ହସ୍ପିଟାଲରେ ଅକ୍ସିଜେନ୍ ସିଲିଣ୍ଡର ଲିକ୍ କାରଣରୁ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ମାମଲା ଥଣ୍ଡା ପଡ଼ିନଥିବା ବେଳେ ମୁମ୍ବାଇର ପାଲଘର ଜିଲ୍ଲା ଭସାଇର ଏକ କୋଭିଡ୍ ସେଣ୍ଟରରେ ନିଆଁ ଲାଗି ୧୩ କରୋନା ଆକ୍ରନ୍ତଙ୍କ ମୃତ୍ୟୁ ହୋଇଛି । ସକାଳ ପାଖାପାଖି ସାଢ଼େ ୩ଟାରେ ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି ।

ଅଗ୍ନିଶମ  ବିଭାଗ ଅନୁସାରେ, ହସ୍ପିଟାଲର ଆଇସିୟୁରେ ୧୭ ଜଣ ରୋଗୀଙ୍କର ଚିକିତ୍ସା ଚାଲିଥିଲା  ।  ନିଆଁ ଲାଗିବା ଫଳରେ ୧୩ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି ଏବଂ ୫ ରୋଗୀଙ୍କୁ ଉଦ୍ଧାର କରାଯାଇ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସାଢ଼େ ପାଞ୍ଚଟା ପରେ ନିଆଁକୁ ନିୟନ୍ତ୍ରଣକୁ ଆଣିଛନ୍ତି ଅଗ୍ନିଶମ ବାହିନୀ । ପାଖାପାଖି ୨ ଘଣ୍ଟା ପରିଶ୍ରମ ପରେ ନିଆଁର ପ୍ରକୋପ କମ ହୋଇଛି । ବର୍ତ୍ତମାନ ସଂପୃକ୍ତ ହସ୍ପିଟାଲର ରୋଗୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

 

 

You might also like