କେନାଲ୍ ଭିତରକୁ ଖସି ପଡ଼ିଲା ବସ୍

୨୫ଜଣ ଯାତ୍ରୀଙ୍କ ମୃତ୍ୟୁ

କର୍ଣ୍ଣାଟକ : କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ କେନାଲ ଭିତରକୁ ବସ୍‌ ଖସି ପଡ଼ି ୨୫ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ଅାହୁରି ବଢିବାର ଅାଶଙ୍କା କରାଯାଉଛି। ବସଟି ଭାରସାମ୍ୟ ହରାଇ କେନାଲ ଭିତରକୁ ଖସି ପଡିଥିଲା। ମୃତକଙ୍କ ମଧ୍ୟରେ ଅନେକ ସ୍କୁଲ ଛାତ୍ରଛାତ୍ରୀ ଅଛନ୍ତି।

ବସ୍‌ ଭିତରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଜଣେ ମାତ୍ର ଜୀବିତ ଥିବା କୁହାଯାଉଛି। ସେ ଦୁର୍ଘଟଣା ବେଳେ ବାହାରକୁ ଡେଇଁ ପଡିଥିଲେ। ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

You might also like