କଲେଜ ଛାତ୍ରୀ ହେଲେ ଉତ୍ତରାଖଣ୍ଡର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ !

ନାୟକ ଫିଲ୍ମର ରୋମାଞ୍ଚକର କାହାଣୀ, ସତ ହୋଇଛି ହରିଦ୍ୱାରର କଲେଜ ଛାତ୍ରୀ ସୃଷ୍ଟି ଗୋସ୍ୱାମୀଙ୍କ ଜୀବନରେ। ଆଜି ଦିନକ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ବନିଛନ୍ତି ୨୦ ବର୍ଷୀୟା ସୃଷ୍ଟି। ବିଧାନସଭାରେ ସମୀକ୍ଷା କରିଛନ୍ତି ବିଭିନ୍ନ ବିଭାଗର ବିକାଶମୂଳକ କାର୍ଯ୍ୟର। ରୁର୍କିରେ କୃଷିରେ ସ୍ନାତକ କରୁଥିବା ସ୍ରିଷ୍ଟିଙ୍କ ବାପା ଜଣେ ତେଜରାତି ଦୋକାନୀ, ମା ଗୃହିଣୀ ହେଲେ ଝିଅ ନିଜ ମେଧା, ପ୍ରତିଭା ଓ ଆତ୍ମବିଶ୍ୱାସ ବଳରେ ଏଭଳି ବିରଳ ସୁଯୋଗ ପାଇବା ପରେ, ସେମାନଙ୍କ ଛାତି କୁଣ୍ଢେମୋଟ। ବାଳିକାଙ୍କ ଶିକ୍ଷା ଓ ସଶକ୍ତୀକରଣର ପ୍ରୋତ୍ସାହନ ପାଇଁ ଜାତୀୟ କନ୍ୟା ଦିବସରେ ସୃଷ୍ଟିଙ୍କୁ ଦିନକ ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଉଷା ନେଗୀ। ପ୍ରତୀକାତ୍ମକ ଭାବେ ହେଲେ ବି, ସୃଷ୍ଟି ଉତ୍ତରାଖଣ୍ଡର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି।

ମୁଁ ବହୁତ ଖୁସି। ମୁଁ ବହୁତ ଉତ୍ସାହିତ ଅଛି। ନାୟକ ଫିଲ୍ମକୁ ଆଜି ରିଅଲରେ ସତ ହୋଇଛି। ବାଳିକା ସୁରକ୍ଷା, ନିଶା, ପର୍ଯ୍ୟଟନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। 
-ସୃଷ୍ଟି, ଦିନିକିଆ ମୁଖ୍ୟମନ୍ତ୍ରୀ, ଉତ୍ତରାଖଣ୍ଡ

ଏମାନେ ବି ଜଣେ ଜଣେ ସୃଷ୍ଟି। ମେଧା ଅଛି, ପ୍ରତିଭା ଅଛି, ଆଗକୁ ପଢ଼ିବାର-ବଢ଼ିବାର ସ୍ୱପ୍ନ ବି ଅଛି ଦିନେ ସମୟ ଚକ୍ରାନ୍ତ କରିଥିଲା, ଏ କଅଁଳ ହାତରୁ ବହି କଲମ ଛଡ଼ାଇ ନେଇ, ଶଙ୍ଖା ଚୁଡ଼ିର ଶିକୁଳିରେ ବାନ୍ଧି ଦେବାକୁ ହେଲେ ସମୟ ସହିତ, ପରିବାର ଓ ଆତ୍ମୀୟସ୍ୱଜନଙ୍କ ସହିତ ଲଢ଼େଇ କରି ଏମାନେ ଖସି ଆସିଥିଲେ, ବାଲ୍ୟ ବିବାହ ଭଳି ଚକ୍ରବ୍ୟୁହରୁ ୧୭ ବର୍ଷୀୟା ଫୁଲମଣି ବଡ଼ ଭଉଣୀ ଓ ପ୍ରଶାସନ ସହାୟତାରେ ନିଜ ବିବାହ ବନ୍ଦ କରାଇଥିଲେ। ଦଶମରେ ପଢ଼ିବା ବେଳେ କାଞ୍ଚନଙ୍କ ବାହାଘର ରୋକିଥିଲେ ଆଶା ଦିଦି। ଆଉ ୧୪ ବର୍ଷୀୟା ଚାନ୍ଦକୁ ସ୍କୁଲ ଦିଦି ବେଦୀରୁ ଉଦ୍ଧାର କରି ନିଜ ଘରେ ରଖି ପଢ଼ାଉଛନ୍ତି। ମୟୂରଭଞ୍ଜର ଏଭଳି ୧୧ଜଣ କନ୍ୟା ରତ୍ନଙ୍କୁ ଆଜି ସମ୍ବର୍ଦ୍ଧିତ କରିବା ସହ ୨୦୭ ଗାଁ ୩ଟି ପଞ୍ଚାୟତକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲ୍ୟ ବିବାହ ମୁକ୍ତ ଗାଁ ଭାବେ ଘୋଷଣା କରାଯାଇଛି।

ଜାତୀୟ କନ୍ୟା ଦିବସରେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ କରୁଛି ଦେଶ୍ କୀ ବେଟି ହାଶଟ୍ୟାଗ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରହ୍ଲାଦ ଯୋଶୀ, ସ୍ମୃତି ଇରାନୀ, ଡାକ୍ତର ହର୍ଷବର୍ଦ୍ଧନ, ରମେଶ ପୋଖରିୟାଲ ନିଶଙ୍କ ପ୍ରମୁଖ କନ୍ୟାରତ୍ନଙ୍କ ସହ ଫଟୋକୁ ଟୁଇଟ୍ କରିଛନ୍ତି।

ବାରିପଦାରୁ ମାଣିକ ଲାଲ ପାଣିଙ୍କ ରିପୋର୍ଟ, ଓଟିଭି

You might also like